ଆଜି ମହାବୀର ଜୟନ୍ତୀ | ମହାବୀର ହନୁମାନଙ୍କ ଜୟନ୍ତୀ ଅବସରରେ ୧୦୮ ଫୁଟର ମହାବୀରଙ୍କ ମୂର୍ତ୍ତିକୁ ଉନ୍ମୋଚନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି | ଗୁଜୁରାଟର ମୋର୍ବିରେ ମହାବୀରଙ୍କ ଏହି ପ୍ରତିମୂର୍ତ୍ତିକୁ ଅନାବରଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି | ତେବେ ଚାର ଧାମ ପ୍ରକଳ୍ପ ଅଧୀନରେ ହନୁମାନଙ୍କର ଏହି ପ୍ରତିମୂର୍ତ୍ତି ଦେଶର ୪ ଟି ଦିଗରେ ସ୍ଥାପନ କରାଯାଉଛି | ଏହି ଯୋଜନାରେ ଥିବା ୪ଟି ପ୍ରତିମା ମଧ୍ୟରୁ ଏହା ହେଉଛି ଦ୍ୱିତୀୟ ପ୍ରତିମୂର୍ତ୍ତି |
ମହାବୀର ଜୟନ୍ତୀ ଅବସରରେ ମୋଦି ଦେଶବାସୀଙ୍କ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି | ଏହି ମୂର୍ତ୍ତି ଉନ୍ମୋଚନ ପରେ ପ୍ରଧାନମନ୍ତ୍ରୀ କହିଥିଲେ କି, ମହାବୀର ହନୁମାନ ତାଙ୍କର ଭକ୍ତି ଓ ସେବା ମନୋଭାବ ମାଧ୍ୟମରେ ସମସ୍ତଙ୍କୁ ଯୋଡିଛନ୍ତି । ସମସ୍ତେ ରାମ ଭକ୍ତ ହନୁମାନଙ୍କ ଠାରୁ ପ୍ରେରଣା ପାଇଥାନ୍ତି | ହନୁମାନ ହେଉଛନ୍ତି ସେହି ଶକ୍ତି ଏବଂ ସମ୍ବଳର ଅଧିକାରୀ, ଯିଏ ଜଙ୍ଗଲରେ ବାସ କରୁଥିବା ସମସ୍ତ ପ୍ରଜାତିଙ୍କୁ ମାନ ଏବଂ ସମ୍ମାନ କରିବାର ଅଧିକାର ଦେଇଥିଲେ | ସେଥିପାଇଁ ହନୁମାନ ଅଖଣ୍ଡ ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ସୂତ୍ର |
କହିରଖୁ କି ଏହି ଯୋଜନାର ପ୍ରଥମ ମୂର୍ତ୍ତି ୨୦୧୦ ମସିହାରେ ଦେଶର ଉତ୍ତର ଦିଗ ଅର୍ଥାତ ଶିମଳାଠାରେ ସ୍ଥାପନ କରାଯାଇଥିଲା । ଆଜି ମୋର୍ବିରେ ଦ୍ୱିତୀୟ ପ୍ରତିମା ସ୍ଥାପିତ ହୋଇଛି | ଏହାପରେ ଦକ୍ଷିଣ ଦିଗ ଅର୍ଥାତ ରାମେଶ୍ୱରମ ଠାରେ ତୃତୀୟ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ । ପଶ୍ଚିମବଙ୍ଗରେ ଅନ୍ୟ ଗୋଟିଏ ପ୍ରତିମା ସ୍ଥାପନ ପାଇଁ କାର୍ଯ୍ୟ ଚାଲିଛି।