ଉତ୍ତରପ୍ରଦେଶ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରାଣାସୀରେ ଆଜି କାଶୀ ବିଶ୍ୱନାଥ କରିଡର ପ୍ରକଳ୍ପର ଉଦଘାଟନ କରୁଛନ୍ତି। କରିଡର୍ ଉଦ୍ଘାଟନ କରିବା ପୂର୍ବରୁ ଆଜି ମୋଦୀ ସେଠାରେ ଥିବା ଗଙ୍ଗା ନଦୀରେ ବୁଡ ପକାଇ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କରିଥିଲେ | ପରେ କାଳଭୈରବ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଛନ୍ତି । ପରେ ମୋଦି ଖିଲାଡିଆ ଘାଟରୁ ଗଙ୍ଗାଜଳ ନେଇ କାଶୀ ବିଶ୍ୱନାଥ ଧାମ ଯାଇଥିଲେ ।
କାଶୀ ବିଶ୍ୱନାଥ କରିଡରକୁ ପିଏମ ମୋଦୀଙ୍କ ଡ୍ରିମ ପ୍ରୋଜେକ୍ଟ କୁହାଯାଉଛି । କାଶୀ ବିଶ୍ୱନାଥ କରିଡର୍ର ପ୍ରଥମ ପର୍ଯ୍ୟାୟ ଉଦ୍ଘାଟନ ଉପଲକ୍ଷେ ବାରାଣସୀ ଆଜି ଉତ୍ସବମୁଖର ହୋଇଉଠିଛି । ଏହି କରିଡର କାଶୀ ବିଶ୍ୱନାଥ ମନ୍ଦିର ସହ ଗଙ୍ଗା ଘାଟର ସଂଯୋଗ କରିବ । ୯୦୦ କୋଟି ଟଙ୍କାରେ ଏହି ପ୍ରକଳ୍ପରେ ୭୫ ମିଟର ଓସାରର ଚଲାପଥ ନିର୍ମାଣ କରାଯାଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ୩୩୯ କୋଟି ଟଙ୍କାରେ ନିର୍ମାଣ ହୋଇଥିବା ୨୩ଟି କୋଠା ଏବଂ ୨୭ ଟି ମନ୍ଦିର ବିଶିଷ୍ଟ ଏହି କରିଡରରର ଉଦଘାଟନ କରିବେ । ମନ୍ଦିରକୁ ବୁଲିବାକୁ ଆସୁଥିବା ତୀର୍ଥଯାତ୍ରୀଙ୍କ ପାଇଁ ଏହି ଏହି କୋଠା ଗୁଡିକ ନିର୍ମାଣ କରାଯାଇଛି । ଏହି କରିଡର ୫୦ ହଜାର ବର୍ଗ ମିଟର ପରିସର ଅନ୍ତର୍ଭୁକ୍ତ ହୋଇଥିବା ବେଳେ ଏହାକୁ ୩ ଭାଗରେ ବିଭକ୍ତ କରାଯାଇଛି । ଏଠାରେ ୪ଟି ବଡ଼ ପ୍ରବେଶ ଦ୍ୱାର ଥିବା ବେଳେ ୨୨ଟି ଶିଳାଲେଖ ନିର୍ମାଣ କରାଯାଇଛି ଯେଉଁଥିରେ କାଶୀଧାମର ମହିମା ଉଲ୍ଲେଖ ଅଛି ।