ଭାରତର ଚିକିତ୍ସା କ୍ଷେତ୍ରରେ ସୁଧାର ଆଣିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଆୟୁଷ୍ମାନ୍ ଭାରତ ଡିଜିଟାଲ ମିଶନ ଆରମ୍ଭ କରିଛନ୍ତି । ଏହି ଯୋଜନାରେ ନାଗରିକମାନେ ଡିଜିଟାଲ ହେଲ୍ଥ ଆଇଡିର ଲାଭ ଉଠାଇପାରିବେ । ଏହି ହେଲ୍ଥ ଆଡିରେ ୧୪ ଅଙ୍କ ବିଶିଷ୍ଟ ସଂଖ୍ୟା ଲେଖାଯାଇଥିବ । ଯେଉଁଥିରେ ସ୍ୱତନ୍ତ୍ର ପିଚୟପତ୍ର, ପ୍ରାମାଣିକୀକରଣ ଏବଂ ପାପ୍ତକର୍ତ୍ତାଙ୍କ ସ୍ୱାସ୍ଥ୍ୟ ରେକର୍ଡର ଥ୍ରେଡିଂ ସାମିଲ ହେବ । ଲୋକଙ୍କ ସ୍ୱାସ୍ଥ୍ର୍ୟ ରେକର୍ଡକୁ ଷ୍ଟୋର କରିବା ଏବଂ ବିନିମୟ ପାଇଁ ଏକ ସ୍ଥାୟୀ ଷ୍ଟେଜ୍ ସୃଷ୍ଟି କରିବା ଡିଜିଟାଲ୍ ହେଲଥ୍ ପ୍ଲାଟ୍ଫର୍ମର ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଉଦ୍ଦେଶ୍ୟ । ଏହି ଅବସରରେ ମୋଦି କହିଛନ୍ତି ଡିଜିଟାଲ୍ ସ୍ୱାସ୍ଥ୍ୟ ମିଶନ ଭାରତର ସମସ୍ତ ହସ୍ପିଟାଲର ଡିଜିଟାଲ ସ୍ୱାସ୍ଥ୍ୟ ସମାଧାନକୁ ସଂଯୁକ୍ତ କରିବାରେ ସାହାଯ୍ୟ କରିବ । ପ୍ରତ୍ୟେକ ନାଗରିକଙ୍କ ସ୍ୱାସ୍ଥ୍ୟ ରେକର୍ଡ ସଂରକ୍ଷିତ ରଖାଯିବ । ସେ କହିଥିଲେ ଯେ ଏହା ସ୍ୱାସ୍ଥ୍ୟସେବାରେ ଉନ୍ନତି ଆଣିବା ସହ କମ୍ ଖର୍ଚ୍ଚରେ ଲୋକେ ଏହାର ସୁବିଧା ପାଇପାରିବେ ।
ତେବେ ଆସନ୍ତୁ ଜାଣିବା ଡିଜିଟାଲ ହେଲ୍ଥ ଆଇଡି କ’ଣ ? ତେବେ ଏହି ଆଇଡି ଏକ ୧୪ ଅଙ୍କ ବିଶିଷ୍ଟ ସଂଖ୍ୟା । ଏହି କାର୍ଡ ଦ୍ୱାରା ଡାକ୍ତରମାନେ ରୋଗୀର ସମ୍ପୂର୍ଣ୍ଣ ମେଡିକାଲ୍ ତଥ୍ୟ ପାଇପାରିବେ । ଫଳରେ ରୋଗୀଙ୍କୁ ଆଉ ତାଙ୍କ ପୁରୁଣା ମେଡିକାଲ୍ ରେକର୍ଡ ହସ୍ପିଟାଲକୁ ନେଇକି ଯିବାକୁ ପଡ଼ିବନି । ୱେବ୍ ପୋର୍ଟାଲରେ ପଞ୍ଜୀକରଣ କରି କିମ୍ବା ମୋବାଇଲ ଫୋନ୍ରେ ଆୟୁଷ୍ମାନ୍ ଭାରତ ଡିଜିଟାଲ ମିଶନ ସ୍ୱାସ୍ଥ୍ୟ ରେକର୍ଡ ଆପ୍ ଡାଉନଲୋଡ୍ କରି ଆପଣ ଏହି ଆଇଡି ପାଇପାରିବେ । ଯେ କøଣସି ବ୍ୟକ୍ତି ଐଓଋ-ଉଗ ରେ ସାଇନ୍ ଅପ୍ କରି ଏହି କାର୍ଡର ଉପଯୋଗ କରିପାରିବେ । କିନ୍ତୁ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ପ୍ରାଧୀକରଣଙ୍କ କହିବା ଅନୁସାରେ ଭବିଷ୍ୟରେ ରୋଗୀଙ୍କୁ ଚୟନ କରିବା ପାଇଁ ଅନେକ ସହମତି ମ୍ୟାନେଜମେଣ୍ଟ ଉପଲବ୍ଧ ହେବାର ସମ୍ଭାବନା ରହିଛି । ଯେ କøଣସି ବ୍ୟକ୍ତି ଆଧାର କାର୍ଡ କିମ୍ବା ମୋବାଇଲ ସାହାଯ୍ୟରେ ପ୍ରସ୍ତୁତ କରାଯାଇପାରିବ । ଆଧାର ବିନା ବ୍ୟକ୍ତି ସେମାନଙ୍କ ମୋବାଇଲ୍ ନମ୍ବର ଉପଯୋଗ କରିପାରିବେ ।
ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଅନୁସାରେ, ଆୟୁଷ୍ମାନ୍ ଭାରତ ଡିଜିଟାଲ ପ୍ରଣାଳୀ ଜନ ଧନ, ଆଧାର ଏବଂ ମୋବାଇଲ୍ ଟ୍ରିନିଟି ଏବଂ ସରକାରଙ୍କ ଅନ୍ୟ ଡିଜିଟାଲ୍ ଭଳି ହେବ । ସ୍ୱାସ୍ଥ୍ର ସମ୍ବନ୍ଧିତ ବ୍ୟକ୍ତିଗତ ତଥ୍ୟର ସୁରକ୍ଷା ଏବଂ ଗୋପନୀୟତାକୁ ସୁନିଶ୍ଚିତ କରିବା ପାଇଁ ଡିଜିଟାଲ୍ ସିଷ୍ଟମର ଏକ ସହଜ ଅନ୍ଲାଇନ୍ ପ୍ଲାଟ୍ଫର୍ମ ପ୍ରସ୍ତୁତ କରାଯିବ ।