ଅଷ୍ଟ୍ରେଲିଆ ପକ୍ଷରୁ ଏକ ଐତିହାସିକ ପଦକ୍ଷେପ ନିଆଯାଇଛି | ୨୯ ଟି ପ୍ରାଚୀନ ମୂର୍ତ୍ତିକୁ ଅଷ୍ଟ୍ରେଲିଆ ଭାରତ ସରକାରଙ୍କୁ ଫେରାଇ ଦେଇଛି | ଏଥିରେ ଭଗବାନ ଶିବ, ବିଷ୍ଣୁ ଏବଂ ଜୈନ ପରମ୍ପରାରେ ଜଡିତ ବହୁ ପ୍ରାଚୀନ ମୂର୍ତି ରହିଛି | ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ଯାଞ୍ଚ କରିଛନ୍ତି। ଏହି ପ୍ରାଚୀନ ମୂର୍ତ୍ତିଗୁଡ଼ିକ ଭିନ୍ନ ଭିନ୍ନ ସମୟ ଅବଧି ସହିତ ଜଡିତ | ଏଥିମଧ୍ୟରୁ କେତେକ ଖ୍ରୀଷ୍ଟପୂର୍ବ ୯-୧୦ ଶତାବ୍ଦୀର ବୋଲି ଜଣାପଡିଛି |
ସୂତ୍ରରୁ ପ୍ରକାଶ ଯେ, ଏହି ପୁରାତନ ମୂର୍ତ୍ତି ଗୁଡିକ 6ଟି ଶ୍ରେଣୀର ଯଥା, ‘ଶିବ ଏବଂ ତାଙ୍କ ଶିଷ୍ୟ’, ‘ଶକ୍ତିର ଉପାସନା’, ‘ଭଗବାନ ବିଷ୍ଣୁ ଏବଂ ତାଙ୍କର ରୂପ’, ଜୈନ ପରମ୍ପରା, ଚିତ୍ରକଳା ଏବଂ ସାଜସଜ୍ଜା ବସ୍ତୁ ସହିତ ସମ୍ବନ୍ଧିତ | ଏହି ମୂର୍ତ୍ତି ଗୁଡ଼ିକ ମୁଖ୍ୟତଃ ବାଲୁକା ପଥର, ମାର୍ବଲ, ପିତ୍ତଳ, କଂସାରେ ନିର୍ମିତ ମୂର୍ତି ଏବଂ କାଗଜରେ ନିର୍ମିତ ପଟ୍ଟଚିତ୍ର (ପେଣ୍ଟିଙ୍ଗ ) ଭଳି ବିଭିନ୍ନ ପ୍ରକାର ସାମଗ୍ରୀ ରହିଛି | ଏହି ପ୍ରାଚୀନ ମୂର୍ତ୍ତି ରାଜସ୍ଥାନ, ଗୁଜୁରାଟ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ତାମିଲନାଡୁ, ତେଲେଙ୍ଗାନା ଏବଂ ପଶ୍ଚିମବଙ୍ଗର ଅଞ୍ଚଳର ବୋଲି ଜଣାଯାଇଛି | ଏ ନେଇ ପ୍ରଧାନମନ୍ତ୍ରୀ ମୋଦୀ ସୋମବାର ଅଷ୍ଟ୍ରେଲୀୟ ପ୍ରତିପକ୍ଷ ସ୍କଟ ମୋରିସନ୍ ଙ୍କ ସହ ଅନଲାଇନରେ ବାର୍ତ୍ତାଳାପ କରିବେ ବୋଲି ଜଣାଯାଇଛି ।