ପ୍ରଧାନମନ୍ତ୍ରୀ ସଂଗ୍ରହାଳୟର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆମ୍ବେଦକରଙ୍କ ଜୟନ୍ତୀ ଅବସରରେ ରାଜଧାନୀ ଦିଲ୍ଲୀର ତିନି ମୂର୍ତ୍ତୀ ମାର୍ଗରେ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟର ଉଦଘାଟନ କରିଛନ୍ତି ମୋଦି । ସ୍ଵ।ଧୀନ ଭାରତର ସମସ୍ତ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏହି ମ୍ୟୁଜିୟମକୁ ଉତ୍ସର୍ଗ କରିଛନ୍ତି ମୋଦି । ଏହା ଉଦଘାଟନ ପୂର୍ବରୁ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ଭିତରକୁ ଯିବାକୁ ପ୍ରଥମ ଟିକେଟ କିଣିଛନ୍ତି । ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ ପାଇଁ ସାରା ଦେଶରେ ‘ଆଜାଦି କି ଅମୃତ ମହୋତ୍ସବ’ ପାଳନ କରାଯାଉଥିବା ବେଳେ ଏହି ସଂଗ୍ରହାଳୟର ଉଦଘାଟନ କରାଯାଇଛି | ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱ, ଦୂରଦୁଷ୍ଟିରେ ଦେଶର ସମସ୍ତ ପ୍ରଧାନମନ୍ତ୍ରୀଙ୍କ ଅବଦାନକୁ ସମ୍ମାନ ଜଣାଇବା ପାଇଁ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ନିର୍ମାଣ ହୋଇଛି । ଯେଉଁଠାରେ ସେମାନଙ୍କ ବାବଦରେ ବିସ୍ତୃତ ସୂଚନା ସ୍ଥାନିତ ହୋଇଛି ।
ପ୍ରଧାନମନ୍ତ୍ରୀଙ୍କ ଉପଲବ୍ଧିଗୁଡିକ ବାବଦରେ ଯୁବପିଢିଙ୍କୁ ଅବଗତ କରାଇବା ପାଇଁ ସଂଗ୍ରହାଳୟ ନିର୍ମାଣର ମୁଖ୍ୟ ଉଦ୍ଦେଶ୍ୟ । ଏଥିରେ ତତକାଳୀନ ନେହରୁ ସଂଗ୍ରହାଳୟ ଭବନକୁ ସାମିଲ କରାଯାଇଛି । ସମୁଦାୟ ଦୁଇଟି ବ୍ଲକ ୧୫,୬୦୦ ବର୍ଗ ମିଟର ଜାଗାରେ ନିର୍ମିତ ହୋଇଛି । ଏହି ସଂଗ୍ରହାଳୟ ଭାରତର ଉଦୀୟମାନ କାହାଣୀ ଦ୍ୱାରା ଅନୁପ୍ରାଣିତ ହୋଇଛି । ଦେଶର ସ୍ୱାଧୀନତା ସଂଗ୍ରାମ ଏବଂ ସମ୍ବିଧାନ ଗଠନ ଠାରୁ ଭାରତର ପ୍ରଧାନମନ୍ତ୍ରୀମାନଙ୍କ ଅବଦାନ ସମ୍ପର୍କରେ ସଂଗ୍ରହାଳୟରେ ସ୍ଥାନିତ ହୋଇଛି ।