ଭୁବନେଶ୍ୱର(ଏନଏନଏସ୍): ଦେଶରେ ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ ସମସ୍ତଙ୍କ ପ୍ରେରଣାର କେନ୍ଦ୍ରବିନ୍ଦୁ ସାଜିଛି ବୋଲି ପ୍ରକାଶ କରିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ୍ । ପ୍ରତିମାସ ଶେଷ ରବିବାର ଦିନ ନିରନ୍ତର ଭାବେ ପ୍ରସାରିତ ହୋଇଆସୁଥିବା ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମର ଆଜି ଥିଲା ୧୦୨ତମ ଅଧ୍ୟାୟ । ଚଳିତମାସ ୨୫ ତାରିଖ ପରିବର୍ତ୍ତେ ଆଜିର ଦିନରେ ଅର୍ଥାତ ୧୮ ଜୁନ୍ ରେ ପ୍ରସାରିତ ହୋଇଛି । ୨୦୧୪ ମସିହା ଅକ୍ଟୋବର ୩ ତାରିଖ ଦିନ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମର ପ୍ରତିଟି ଅଧ୍ୟାୟକୁ ଦେଶର ଜନସାଧାରଣ ଉତ୍ସୁକତାର ସହ ଦେଖୁଥିବା ମନମୋହନ ସାମଲ୍ ପ୍ରକାଶ କରିଛନ୍ତି ।
ଦେଶର ଐତିହ, ସଂସ୍କୃତି, ପରମ୍ପରା ଓ ଅସ୍ମିତାକୁ ବିଶ୍ୱ ଦରବାରରେ ପହଞ୍ଚାଇବାରେ ସହାୟକ ହୋଇଛି ମନ୍ କି ବାତ୍ କାର୍ଯ୍ୟକ୍ରମ । ଆଜି ଭୁବନେଶ୍ୱର ମହାନଗର ନିଗମ ୱାର୍ଡ ୩୩ ଅନ୍ତର୍ଗତ ୧୭୬ ନମ୍ବର ବୁଥ୍ ରେ ୧୦୨ତମ ମନ୍ କି ବାତ୍ କାର୍ଯ୍ୟକ୍ରମକୁ ଶୁଣିଥିଲେ ରାଜ୍ୟସଭାପତି ମନମୋହନ ସାମଲ୍ । ଏହି ଅବସରରେ ପୁର୍ବତନ ମନ୍ତ୍ରୀ ସୁରମା ପାଢୀ, ଜିଲ୍ଲା ସଭାବତି ବାବୁ ସିଂ, ରାଜ୍ୟ ମୁଖପାତ୍ର ଦିଲ୍ଲୀପ ମହାନ୍ତି ଓ ସ୍ଥାନୀୟ କର୍ପୋରେଟର ଧରିତ୍ରୀ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।