ଗ୍ରୀଷ୍ମ ଋତୁରେ ବଜାରକୁ ଆସୁଥିବା ଏକମାତ୍ର ଫଳର ନାଁ ହେଉଛି ଆମ୍ବ ଯାହାକୁ ଲୋକେ ଫଳର ରାଜା ମଧ୍ୟ କହିଥାନ୍ତି । ଆଉ ଲୋକେ ଏହାକୁ ଖରାଦିନେ ଅନେକ ଆନନ୍ଦର ସହ ଖାଇଥାନ୍ତି । ହେଲେ ଆପଣମାନେ ଜାଣନ୍ତି କି କେଉଁ ଫଳକୁ ଗ୍ରୀଷ୍ମ ଋତୁର ରାଜା କୁହାଯାଇଥାଏ? ଗ୍ରୀଷ୍ମ ଦିନେ ଆମ୍ବ ତ ଋତୁ ସରିବା ପର୍ଯ୍ୟନ୍ତ ସହଜରେ ବଜାରରେ ଉପଲବ୍ଧ ହୋଇଥାଏ , ଏହି ଫଳ କିନ୍ତୁ କେବଳ ଏକ ମାସ ପାଇଁ ବଜାରକୁ ଆସିଥାଏ । ଯାହାକୁ ଲୋକେ ଅତି ଉତ୍ସାହର ସହ ଅପେକ୍ଷା କରିଥାନ୍ତି ଯେ, ବଜାରକୁ ଫଳଟି କେବେ ଆସିବ? ତେବେ ସେହି ଫଳର ନାଁ ହେଉଛି ଆଲୁବୁଖାରା ବା ପ୍ଲମ । ଯାହାର ସ୍ୱାଦ ଖଟାମିଠା ହେବା ସଙ୍ଗେ ଏହା ସାମ୍ନାରେ ସେଓ ଏବଂ ଡାଳିମ୍ବ ଭଳି ଫଳ ମଧ୍ୟ ଫେଲ୍ ମାରିଥାଏ । ଏହି ଫଳ ଦେଖିବାକୁ ପୁରା ଲାଲ୍ ଟକଟକ ଏବଂ ପେଣ୍ଡୁ ଭଳି ଗୋଲାକାର..ଆଉ ଲୋକେ ଏହି ଫଳକୁ ଖାଇବାକୁ ଖୁବ୍ ପସନ୍ଦ କରଥାନ୍ତି । ଏହି ଫଳରେ ବହୁ ଗୁଣାତ୍ମକ ଗୁଣ ରହିଛି..ଏହା ଖରା ଦିନେ ଆମ ଶରୀରକୁ ଡିହାଇଡ୍ରେଟ ରଖିବାରେ ସହାୟକ ହୋଇଥାଏ । କାରୁଲି ସହରର ବଜାରରେ ଏହାକୁ ବିକ୍ରି କରୁଥିବା ବ୍ୟବସାୟୀ ରଫିକ୍ ଖାନ୍ କୁହନ୍ତି ପ୍ଲମ ଏକ ବିଶେଷ ଫଳ | ରକ୍ତ ଭରିବା ସହିତ ଏହା ଗର୍ଭବତୀ ମହିଳାମାନଙ୍କୁ ବହୁତ ଲାଭ ପ୍ରଦାନ କରିଥାଏ ଏବଂ ଏହା ଅତି ସ୍ୱାଦିଷ୍ଟ ଫଳ କେବଳ ଏକ ମାସ ପାଇଁ ବଜାରରେ ଆସିଥାଏ ।