ଜଟଣୀ ସହର କୁ ସବୁଜ ସୁନ୍ଦର କରିବା ପାଇଁ ବିଗତ ବର୍ଷ ମାନଙ୍କ ପରି ଚଳିତ ବର୍ଷ ମଧ୍ୟ ସ୍ଵେଚ୍ଛାସେବୀ ସଂଗଠନ ସମ୍ଭାବନା ପରିବାର ପକ୍ଷରୁ ବୃକ୍ଷ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ପରିବେଶ ସନ୍ତୁଳନ ରକ୍ଷା ତଥା ସୁସ୍ଥ ପରିବେଶ ପାଇଁ ଅନୁଷ୍ଠାନ ପକ୍ଷରୁ କିଛି ପାହାଡ଼ ତଳି ଓ ମନ୍ଦିର ପରିବେଶରେ ଚାରା ରୋପଣ ଆରମ୍ଭ କରାଯାଇଥିବା ବେଳେ ଚଳିତ ବର୍ଷ ସ୍ଥାନୀୟ ଗୋବିନ୍ଦପୁର ଗ୍ରାମର ପ୍ରାୟ ଅଢ଼େଇ ଏକର ପରିମିତ ଜମିରେ ଥିବା ଶ୍ମଶାନରେ ଏହି ଜନହିତକର କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଛି l ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର ସ୍ଥିତ ଏମବି ଗ୍ରୀନ୍ ପ୍ରାଃ ଲି ନର୍ସରୀର ସହଯୋଗରେ ୧୨୦ ଟି ଇଉକାଲିପଟାସ ଚାରା ରୋପଣ କରାଯାଇଥିଲା lଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ଦେବ ପ୍ରସାଦ ଦାଶ,ନିତ୍ୟଜିତ୍ ଚମ୍ପତି,ଦିଲୀପ କୁମାର ସିଂ,ଅମୀନ ରାଉତ୍,ସଭାପତି ସନ୍ତୋଷ କୁମାର ପାତ୍ର,ପ୍ରଶାନ୍ତ କୁମାର ସାହୁ,ସୁଜିତ୍ କୁମାର ସାହୁ,ଗୌରୀ ସାହୁ,ସତ୍ୟଜିତ ସ୍ୱାଇଁ, ଗଣେଶ ବରାଳ,ରାଜେଶ କୁମାର ପାଇକରାୟ,ଲଲିତ ସାମନ୍ତରାୟ,ସଂଜୀବ ରାୟ, ବିଶ୍ଵନାଥ ଓଝା, ସାମାଜିକ କର୍ମୀ ବୀରକିଶୋର ବାରିକ, ଅନୁଷ୍ଠାନର ପରାମର୍ଶଦାତା ଭାସ୍କର ଚନ୍ଦ୍ର ଡାକୁଆ ଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହି ଏହି ମହତ୍ କାର୍ଯ୍ୟ କୁ ଆଗେଇ ନେଇଥିଲେ l ଆଗାମୀ ଦିନରେ ଜଟଣୀ ସହରର ବିଭିନ୍ନ ସ୍ଥାନରେ ଚାରା ରୋପଣ କାର୍ଯ୍ୟକ୍ରମ ଜାରୀ ରହିବ ବୋଲି ଅନୁଷ୍ଠାନ ପକ୍ଷରୁ ନିଷ୍ପତ୍ତି ନିଆ ଯାଇଛି l
#NNSODIA