ପର୍ବ ପର୍ବାଣୀ ରେ ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ମାନଙ୍କ ତରଫରୁ ଗ୍ରାହକ ମାନଙ୍କୁ ଆକର୍ଷିତ କରିବା ପାଇଁ ଲୋଭନୀୟ ରିହାତି ପ୍ରଦାନ କରାଯାଇଥାଏ ଏବଂ ଗ୍ରାହକ ମାନେ ମଧ୍ୟ ତାହାର ଯଥେଷ୍ଟ ଫାଇଦା ଉଠାଇଥାନ୍ତି।ହେଲେ ତିର୍ତ୍ତୋଲ ବ୍ଲକ ଠାରେ ମାରୁତି ଫିଲିଙ୍ଗ ଷ୍ଟେସନ ର ଗ୍ରାଣ୍ଡ ଓପନିଂ କରାଯିବା ସହିତ ଗ୍ରାହକ ମାନଙ୍କ ପାଇଁ ଆକର୍ଷଣୀୟ ଉପହାର ର ଲୋଭ ଦେଖାଇ ଅପମିଶ୍ରିତ ପେଟ୍ରୋଲ ଦିଆ ଯିବା ଭଳି ସଙ୍ଗୀନ ଅଭିଯୋଗ ଆସିଛି। ସୁଚନା ଅନୁଯାୟୀ ରଥ ଯାତ୍ରା ଉପଲକ୍ଷେ ତାର୍ତୋଲ ଠାରେ ଇଣ୍ଡିଆନ ଅଏଲ ର ଏକ ନୂତନ ପେଟ୍ରୋଲ ପମ୍ପ ମାରୁତି ଫିଲିଙ୍ଗ ଷ୍ଟେସନ ର ଗ୍ରାଣ୍ଡ ଓପନିଂ ହେବା ସହ ଗ୍ରାହକ ମାନଙ୍କ ପାଇଁ ୫୦୦ ଟଙ୍କାର ପେଟ୍ରୋଲ କିଣିଲେ ଆକର୍ଷଣୀୟ ଉପହାର ରଖା ଯାଇଥିଲା। ଅନେକ ଲୋକ ନିର୍ଦ୍ଧାରିତ ମୂଲ୍ୟର ପେଟ୍ରୋଲ ପକାଇ ଉପହାର ମଧ୍ୟ ନେଇଯାଇଥିଲେ।ତେବେ କିଛି ଘଣ୍ଟା ଭିତରେ ପେଟ୍ରୋଲ ପମ୍ପ ର ବ୍ୟବସାୟୀ ଜଣକ ଖୁବ୍ ଭଲ ବ୍ୟବସାୟ ମଧ୍ୟ କଲେ। ତେବେ ବ୍ୟବସାୟୀ ଜଣଙ୍କୁ ସେତେବେଳେ ମହଙ୍ଗା ପଡିଲା ଯେତେବେଳେ ଜଣେ ବ୍ୟକ୍ତି ଏକ ବଡ଼ ଜାର ରେ ପେଟ୍ରୋଲ କିଣିଥିଲେ । ଜାର ଟି ଧଳା ରଙ୍ଗର ହୋଇଥିବାରୁ ପେଟ୍ରୋଲ ସହ ମିଶିଥିବ ଅପମିଶ୍ରଣ ଅଲଗା ହୋଇ ଜାର ରେ ଦେଖା ଯାଉଥିଲା।ଯାହା ଫଳରେ କିଛି ସମୟ ଭିତରେ ଏ ଖବର ସବୁ ଆଡେ ବ୍ୟାପିଯାଇଥିଲା। ଏ ଘଟଣା କୁ ନେଇ ଜନସାଧାରଣଙ୍କ ମନରେ ଏକ ବିରାଟ ପ୍ରଶ୍ନ ଉଙ୍କି ମାରୁଛି। କ୍ୱାଲିଟି ଚେକ୍ ବିନା ପେଟ୍ରୋଲ ବିକ୍ରି କେମିତି କରାଗଲା, ନା ଏହା ବିତରଣ ସଂସ୍ଥା ଏବଂ ଇଣ୍ଡିଆନ ଅଏଲ କମ୍ପାନୀ ର ମିଳିତ ଉଦ୍ୟମରେ ସାଧାରଣ ଲୋକ ମାନଙ୍କୁ ଉପହାର ର ଲୋଭ ଦେଖାଇ ଏହି ଠକାମୀ କରାଯାଇଛି। ସେପଟେ ଅଭିଯୋଗକାରୀ ଜଣଙ୍କୁ ଏତେ ମାତ୍ରାରେ ଭୟଭୀତ କରାଯାଇଥିଲା ଯେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଥିଲେ | ବର୍ତ୍ତମାନ ସମୟରେ ପେଟ୍ରୋଲ ଡିଜେଲ ଦର ଆକାଶ ଛୁଆଁ ହେବା ବେଳେ ସାଧାରଣ ଲୋକ ମାନଙ୍କୁ ଯଦି ବିତରଣ ସଂସ୍ଥା ମାନେ ଏଭଳି ଅପମିଶ୍ରିତ ତୈଳ ଦିଅନ୍ତି, ତେବେ ତାହା ବେଡି ଉପରେ କୋରଡ଼ା ମାଡ ଭଳି ଅବସ୍ଥା ହେବା ଏକ ପ୍ରକାର ନିଶ୍ଚିତ | ତେବେ ଏଭଳି ଠକାମୀ ପୁନରାବୃତ୍ତି ନଘଟେ ଏଥିପ୍ରତି ବିତରଣ କମ୍ପାନୀ ବିଶେଷଭାବେ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।
#TIRTOL #PETROLSCAM #NNSODIA