ପୁଣି ତେଲ ଦରରେ ଲାଗିଲା ନିଆଁ | ଉପରମୁହାଁ ତେଲ ଦର | ପେଟ୍ରୋଲ ଓ ଡିଜେଲ୍ ଦର ବୃଦ୍ଧିରେ ଲାଗୁନି ବ୍ରେକ୍ । ଅସହ୍ୟ ହେଲାଣି ଦରବୃଦ୍ଧି | ଚିନ୍ତାରେ ଉପଭୋକ୍ତା | ଆଜି ପୁଣି ବଢିଛି ତେଲ ଦର । ଗତ ୧୫ ଦିନ ଭିତରେ ୧୩ ଥର ପାଇଁ ବଢ଼ିଲାଣି ପେଟ୍ରୋଲ ଓ ଡିଜେଲ ଦର । ଗତ ୨୨ରୁ ଏପର୍ଯ୍ୟନ୍ତ ପ୍ରାୟ ୧୧ ଟଙ୍କା ପାଖାପାଖି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ହୋଇଛି । ଭୁବନେଶ୍ୱରରେ ଲିଟର ପିଛା ୮୫ ପଇସା ବୃଦ୍ଧି ହୋଇଛି । ଏବେ ପେଟ୍ରୋଲ ଦର ୧୧୧ ଟଙ୍କା ୬୪ ପଇସା ଓ ଡିଜେଲ ଦର ୧୦୧ ଟଙ୍କା ୩୯ ପଇସାରେ ପହଞ୍ଚିଛି ।
ଆଜି ଦିଲ୍ଲୀରେ ପେଟ୍ରୋଲ ଓ ଡିଜେଲ ଉପରେ ୮୦ ପଇସା ବୃଦ୍ଧି ପାଇଛି । ବର୍ଦ୍ଧିତ ଦର ଯୋଗୁଁ ଆଜି ନୂଆଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୦୪. ୬୧ ଟଙ୍କା ହୋଇଥିବାବେଳେ ଡିଜେଲ ଦର ୯୫. ୮୭ ଟଙ୍କାରେ ପହଞ୍ଚିଛି । ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୮୪ ପଇସା ବଢ଼ି ୧୧୯.୬୭ ଟଙ୍କା ଓ ଡିଜେଲ ୮୫ ପଇସା ବଢ଼ି ଲିଟର ପିଛା ୧୦୩.୯୨ ଟଙ୍କା ହୋଇଛି ।
ପ୍ରାୟ ସାଢ଼େ ୪ମାସ ମାସ ପରେ ମାର୍ଚ୍ଚ ୨୨ରେ ପ୍ରଥମ ଥର ପାଇଁ ତେଲ ଦର ବଢ଼ିଥିଲା । ଗତ ୨୧ ତରିଖରେ ପେଟ୍ରୋଲ ଲିଟର ପିଛା ୧୦୧ଟଙ୍କା ୮୦ପଇସା ଓ ଡିଜେଲ ଦର ୯୧ ଟଙ୍କା ୬୨ ପଇସା ଥିଲା । ହେଲେ ଏବେ ପେଟ୍ରୋଲ ଦର ୧୧୧ ଟଙ୍କା ୬୪ ପଇସା ଓ ଡିଜେଲ ଦର ୧୦୧ ଟଙ୍କା ୩୯ ପଇସାରେ ପହଞ୍ଚିଛି ।