ଉପରମୁହାଁ ତେଲ ଦର । ଆଜି ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ୍ ଦାମ୍ । ଲଗାତାର ୨ୟ ଦିନ ପାଇଁ ଲିଟର ପିଛା ୮0 ରୁ ୮୫ ପଇସା ପର୍ଯ୍ୟନ୍ତ ବଢ଼ିଛି ତେଲ ଦର। । ୫ ରାଜ୍ୟରେ ବିଧାନସଭା ନିର୍ବାଚନ ଶେଷ ହେବାର କିଛି ଦିନ ପରେ ବଢି ଚାଲିଛି ପେଟ୍ରୋଲ ଏବଂ ଡିଜେଲ ଦର |
ମଙ୍ଗଳବାର ପ୍ରାୟ ୧୩୭ ଦିନ ଦିନ ପରେ ପେଟ୍ରୋଲ, ଡିଜେଲ ଓ ଏଲପିଜି ଦର ବୃଦ୍ଧି ପାଇଥିଲା । ବୁଧବାର ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୯୭ଟଙ୍କା ଏକ ପଇସା ଓ ଡିଜେଲ ୮୮ଟଙ୍କା ୨୭ ପଇସାକୁ ବୃଦ୍ଧି ପାଇଛି। ମୁମ୍ବାଇରେ ପେଟ୍ରୋଲ ଦର ୮୫ ପଇସା ଏବଂ କୋଲକାତାରେ ୮୩ ପଇସା ବଢ଼ିଛି। ସେହିପରି ଚେନ୍ନାଇରେ ପେଟ୍ରୋଲ ୭୫ ଓ ଡିଜେଲ୍ ୭୬ ପଇସା ଏବଂ କୋଲକାତାରେ ପେଟ୍ରୋଲ ୮୩ ଓ ଡିଜେଲ୍ ୮୦ ପଇସା ବଢ଼ିଛି। ଫଳରେ ଭୁବନେଶ୍ୱରରେ ପେଟ୍ରୋଲ ୯୬ ପଇସା ବୃଦ୍ଧି ପାଇ ଲିଟର ପ୍ରତି ୧୦୨ ଟଙ୍କା ୭୪ ପଇସା ହୋଇଛି । ସେହିପରି ଡିଜେଲ ଦର ୯୧ ପଇସା ବୃଦ୍ଧି ପାଇ ୯୨.୫୪ ଟଙ୍କା ହୋଇଛି ।
୫ଟି ରାଜ୍ୟରେ ନିର୍ବାଚନ ହେବାକୁ ଥିବାରୁ ଗ୍ୟାସ ଏବଂ ତେଲ ଦରବୃଦ୍ଧି ଉପରେ ରୋକ ଲଗାଯାଇଥିଲା। ଏହି ପାଞ୍ଚଟି ରାଜ୍ୟରେ ସରକାର ଗଠନ ପ୍ରକ୍ରିୟା ଶେଷ ହେବା ପରେ ପରେ ଗତକାଲି ଠାରୁ ତେଲ ଓ ଗ୍ୟାସ୍ ଦାମ୍ ବଢ଼ିବା ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ ଅନ୍ତର୍ଜାତିକ ବଜାରରେ ଏବେ ଆଶୋଧିତ ତୈଳ ଦର ବୃଦ୍ଧି ପାଇଥିବାରୁ ଏହାର ପ୍ରଭାବ ପଡିଥିବା କୁହାଯାଉଛି |