ଉପରମୁହାଁ ତେଲ ଦର । ଆଜି ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ୍ ଦାମ୍ । ଗତ ୪ ଦିନ ମଧ୍ୟରେ ତୃତୀୟ ଥର ବୃଦ୍ଧି ହୋଇଛି ତେଲ ଦର । ପୁଣି ପେଟ୍ରୋଲ ଲିଟର ପିଛା ୮୦ ପଇସା ଓ ଡିଜେଲ ଲିଟର ପିଛା ୮୦ ପଇସା ବୃଦ୍ଧି ପାଇଛି । ଗତ ୪ ଦିନ ଭିତରେ ପେଟ୍ରୋଲ ଲିଟର ପିଛା ୨ଟଙ୍କା ୮୦ ପଇସା ଓ ଡିଜେଲ ଲିଟର ପିଛା ୨ ଟଙ୍କା ୬୭ପଇସା ବୃଦ୍ଧି ପାଇଛି । ଦିଲ୍ଲୀରେ ଲିଟର ପିଛା ୮୦ ପଇସା ଲେଖାଏଁ ମହଙ୍ଗା ହୋଇଛି । ସେହିପରି ଭୁବନେଶ୍ୱରରେ ପେଟ୍ରୋଲ ୮୬ ଓ ଡିଜେଲରେ ୮୫ ପଇସା ବୃଦ୍ଧି ହୋଇଛି । ପେଟ୍ରୋଲ ଦର ୧୦୪.୩୭, ଡିଜେଲ ଦର ୯୪.୧୮ ଟଙ୍କା ହୋଇଛି ।
ରୁଷ୍ ୟୁକ୍ରେନ ଯୁଦ୍ଧ ଯୋଗୁଁ ଅଶୋଧିତ ତୈଳ ମୂଲ୍ୟ ବଢ଼ିବାରୁ ଭାରତରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି | ଏହା ପୂର୍ବରୁ ଚଳିତ ସପ୍ତାହର ମଙ୍ଗଳବାର ଏବଂ ବୁଧବାର ଦିନ ମଧ୍ୟ ତେଲ ଦରରେ ବୃଦ୍ଧି ଘଟିଥିଲା। ତେବେ ଗୁରୁବାର ଗୋଟିଏ ଦିନ ପରେ ପୁଣି ହଠାତ୍ ଶୁକ୍ରବାର ତେଲ ଦର ବୃଦ୍ଧି ପାଇଛି। ପୂର୍ବରୁ କେନ୍ଦ୍ର ସରକାର ଏଲ୍ପିଜି ସିଲିଣ୍ଡର ଦାମ୍ରେ ମଧ୍ୟ ୫୦ ଟଙ୍କା ବୃଦ୍ଧି କରିଛନ୍ତି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସହରରେ ୧୪.୨ କେଜିଆ ଏଲ୍ପିଜି ସିଲିଣ୍ଡର ଦାମ୍ ୧,୦୦୦ ଟଙ୍କାରୁ ଅଧିକ ହୋଇଛି।