କେନ୍ଦ୍ର ସରକାର ଓ ରାଜ୍ୟସରକାର ଗ୍ରାମଞ୍ଚଳର ବିକାଶ ପାଇଁ ହଜାର ହଜାର କୋଟି ଟଙ୍କାର ଅଟକଳ ବ୍ୟୟ କରୁଥିବାର ଡିଣ୍ଡିମ ପିଟୁଥିବା ବେଳେ ସ୍ୱାଧୀନତାର ସାତ ଦଶନ୍ଧି ପରେ ମଧ୍ୟ ଆଜିବି ତିନି ଫୁଟ ଉଚ୍ଚତାର ଜଳ ପ୍ରବାହିତ ହେଉଥିବା ସହ ନାଳ ମଧ୍ୟରେ ଅସୁରକ୍ଷିତ ଅବସ୍ଥାରେ ପାରି ହୋଇ ପାଠ ପଢି ଯାଆନ୍ତି ଚାରଟି ଗ୍ରାମର ଛାତ୍ରଛାତ୍ରୀ ମାନେ। ଏମିତିକି କୌଣସି ସରକାରୀ କାର୍ଯ୍ୟ ପାଇଁ ପଞ୍ଚାୟତ ହେଉ ଅବା ବ୍ଲକ କିମ୍ବା ଗୋଟିଏ ଗ୍ରାମରୁ ଅନ୍ୟ ଗ୍ରାମକୁ ଯିବା ପାଇଁ ହେଲେ ନିତିଦିନିଆ ବାଟ କହିଲେ ଏହି ପ୍ରସନ୍ନଗାଡ଼ିଆ ନାଳ ପାରି ହେଇ ଯିବାକୁ ପଡେ ଚାରଟି ଗ୍ରାମର ଗ୍ରାମ ବାସି ମାନଙ୍କୁ। ଗ୍ରାମବାସି ମାନଙ୍କ କହିବା ଅନୁସାରେ କେବଳ ନିର୍ବାଚନ ସମୟରେ ସରପଞ୍ଚ, ଜିଲ୍ଲା ପରିଷଦ ଅଧକ୍ଷା , ବିଧାୟୀକା ଏବଂ ସାଂସଦଙ୍କ କେବଳ ବଡ଼ବଡ଼ ପ୍ରତିଶୃତି ମିଳୁଥିବା ବେଳେ ନିର୍ବାଚନ ପରଠୁ ଗ୍ରାମରେ ପାଦ ପଡ଼ି ନଥିବା ଓ ଦେଖା ନଥିବା କଥା ଗଣମାଧ୍ୟମକୁ ପ୍ରତିକ୍ରିୟା ରଖିଥିଲେ l ଏଠି ପ୍ରଶ୍ନ ଉଠୁଛି ଯେତେବେଳେ ଜନସାଧାରଣ ନିଜର ସମସ୍ୟା ଓ ଅସୁବିଧାର କଥା ବୁଝିବା ପାଇଁ ନିଜ ଅଞ୍ଚଳର ଲୋକ ପ୍ରତିନିଧି ମାନଙ୍କୁ ଭୋଟ ଦେଇ ନିର୍ବାଚିତ କରଥାନ୍ତି ଓ ନିଜର ସମସ୍ୟା ଦୁଃଖ ବୁଝିବାର ଆଶାରେ ଥାନ୍ତି ସେତେବେଳେ ଆମ ଲୋକ ପ୍ରତିନିଧି ମାନେ କେବେଳ ବଡ଼ ବଡ଼ ପ୍ରତିଶୃତି ଦେଇ ଜନସାଧାରଣଙ୍କ ସମସ୍ୟା କଥା ଭୁଲି ଯାଆନ୍ତି।
ଗ୍ରାମବାସି ମାନେ ପୁଣି କୁହନ୍ତି ନୂଆକୋଟ ଡିହସାହି ଗ୍ରାମରେ ଯଦି କେବେ କିଛି ଜରୁରୀ କାଳୀନ ସମସ୍ୟା ଉପୁଜେ ଯେମିତି କି 108 ଆମ୍ବୁଲାନ୍ସ ହେଉ କି 102 ଜନନୀ ଏକ୍ସପ୍ରେସ କିମ୍ବ l ଦମକଳ ଗାଡି ହେଉ ଏହି ପ୍ରସନ୍ନ ଗାଡ଼ିଆ ନାଳ ଦେଇ ଉଚିତି ସମୟରେ ଲୋକଙ୍କ ପାଖରେ ପହଞ୍ଚି ପାରିନଥିବା କଥା ପ୍ରକାଶ କରିଛନ୍ତି। ଏଇ କିଛି ଦିନତଳେ ରାଜଧାନୀ ଭୁବନେଶ୍ୱରରେ ଏମିତି ଖୋଲା ମୁକୁଳା ନାଳ ପାଇଁ ଗୋଟିଏ ନିରୀହ କୋମଳ ମତି ଶିଶୁର ଜୀବନ ଚାଲି ଯାଇଥିଲା l ସୂଚନା ମୁତାବକ ନୂଆକୋଟ ଡିହ ସାହି ଗ୍ରାମର ପ୍ରସନ୍ନଗାଡିଆ ନାଳ ପାର ହୋଇ ଅଙ୍ଗନୱାଡ଼ି ଠାରୁ ଉଚ୍ଚ ବିଦ୍ୟାଳୟ ପର୍ଯ୍ୟନ୍ତ ସମସ୍ତ ସରକାରୀ ଶିକ୍ଷାନୁଷ୍ଠାନକୁ ଯେଉଁ ଛାତ୍ରଛାତ୍ରୀ ମାନେ ପାଠ ପଢିବା ପାଇଁ ଯିବା ସମୟରେ ଉକ୍ତ ନାଳରେ ଯଦି କେବେ କିଛି ଅଘଟଣ ଘଟେ ତେବେ ପ୍ରଶାସନ ସେଥିପାଇଁ ଦାୟୀ ରହିବେ କି….?
ଏହି ସମସ୍ୟା ବାବଦ ରେ ହିନ୍ଦୋଳ ବିଡ଼ିଓଙ୍କ ମତାମତ ନେବା ପାଇଁ ଆମେ ଫୋନ ଯୋଗେ ଯୋଗାଯୋଗ କରିଥିଲୁ ଯୋଗାଯୋଗ ସମ୍ଭବ ହୋଇ ନଥିଲା କି କୌଣସି ପ୍ରତିକ୍ରିୟା ମିଳି ପାରିନଥିଲା l ଯଥାଶୀଘ୍ର ଏହି ପ୍ରସନ୍ନ ଗାଡିଆ ନାଳ ଉପରେ ଏକ କନଭର୍ଟ ପୋଲ ନିର୍ମାଣ କରିବା ପାଇଁ ଜନସାଧାରଣ ଓ ବୁଦ୍ଧିଯିବି ମହଲରେ ଦାବୀ ହୋଇଛି। ଢେଙ୍କାନାଳ ରୁ ଗୋପବନ୍ଧୁ ବାରିକଙ୍କ ସହ ହିନ୍ଦୋଳ ର ସୁଜିତ କୁମାର ବେହେରା ଙ୍କ ରିପୋର୍ଟ NNS ଓଡ଼ିଆ