<h3>ଭିଜିଲାନ୍ସ ଜାଲରେ ଥୁଆମୂଳ ରାମପୁର ବ୍ଲକ କାଣିଗୁମା ପଂଚାୟତ ନିର୍ବାହୀ ଅଧିକାରୀ । କଳାହାଣ୍ଡି ଜିଲ୍ଲାରେ ଆଜି ସକାଳୁ ସକାଳୁ ଭିଜିଲାନ୍ସ ରେଡ୍ । ପୁଣି ଜଣେ ସରକାରୀ କର୍ମଚାରୀ ଭିଜିଲାନ୍ସ ଜାଲରେ । ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଥୁଆମୂଳ ରାମପୁର ବ୍ଲକ୍ କାଣିଗୁମା ପଞ୍ଚାୟତ ପିଇଓ ସନ୍ୟାସୀ ନାଏକ। ଆଜି ଗାଁ ସାଥିଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ଭବାନିପାଟନା ସ୍ଥିତ ଜଳେଶ୍ଵର ମନ୍ଦିର ପଡା ନିଜ ବାସଭବନରେ ଧରିଲା କଳାହାଣ୍ଡି ଭିଜିଲାନ୍ସ ବିଭାଗ । ଭିଜିଲାନ୍ସ ଅଫିସରେ ତାଙ୍କୁ ଅଟକ ରଖି ଅଧିକ ପଚରାଉଚରା କରୁଥିବା ବେଳେ ତାଙ୍କ ବାସଭବନ ରେ ମଧ୍ୟ ଚଢ଼ାଉ କରି ତଦନ୍ତ ଜାରି ରଖିଛି କଳାହାଣ୍ଡି ଭିଜିଲାନ୍ସ ।</h3> <img class=" wp-image-28144 aligncenter" src="https://nnsodia.com/wp-content/uploads/2024/05/17s-300x157.jpg" alt="" width="636" height="333" />