ଭୁବନେଶ୍ୱର(ଏନଏନଏସ୍): ଆଜିଠାରୁ ପରିବହନ ବିଭାଗର ସ୍ୱତନ୍ତ୍ର ଅଭିଯାନ ଆରମ୍ଭ। ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ନଥିଲେ ବାହାରକୁ ଆଣନ୍ତୁନାହିଁ ଗାଡି। ନିୟମ ଉଲ୍ଲଂଘନ କଲେ ଗଣିବେ ମୋଟା ଅଙ୍କର ଫାଇନ୍। ସୂଚନାଯୋଗ୍ୟ ଗାଡିରେ HSRP ନଥିଲେ ଇ-ଚାଲାଣ ଜାରି କରାଯିବା ସହ ୫ ହଜାରରୁ ୧୦ ହଜାର ଟଙ୍କାର ଜୋରିମାନା ଆଦାୟ କରାଯିବ। ଏନେଇ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ଅନ୍ୟପଟେ ସମସ୍ତ ଆରଟିଓଙ୍କୁ କଡାକଡି ଚେକିଂ ପାଇଁ ନିର୍ଦ୍ଦେଶ ଦେଇଛି ପରିବହନ ବିଭାଗ। ଏସ.ଟି.ଏ ର ଅତିରିକ୍ତ କମିଶନର ଲାଲମୋହନ ସେଠୀ କହିଛନ୍ତି, ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ସ୍ଲଟ ବୁକିଙ୍ଗ ପାଇଁ ଆବେଦନ କରିଥିବା ବ୍ୟକ୍ତିଙ୍କୁ ଫାଇନ କରାଯିବ ନାହିଁ।