ଏନଏନଏସ୍: ମଝିଆକାଶରେ ବିମାନରେ ଭିତରେ ହଟହଟା ଯାତ୍ରୀ । ବିମାନର ଜରୁରୀକାଳୀନ ଦ୍ୱାର ଖୋଲିଦେଲେ ଯାତ୍ରୀ । ସୂଚନାଯୋଗ୍ୟ ଦକ୍ଷିଣକୋରିଆ ଆକାଶରେ ଏଭଳି ଘଟଣା ଘଟିଯାଇଛି । ଯାହାର ଦୃଶ୍ୟ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଏସିଆନ ଏୟାରଲାଇନ୍ସର ଏହି ବିମାନଟି ଜେଜୁ ଦ୍ୱୀପରୁ ଉଡାଣ ଆରମ୍ଭ କରିଥିଲା ।
https://www.instagram.com/reel/Cssigo2JMyu/?utm_source=ig_web_copy_link
ବିମାନରେ ୧୯୪ ଯାତ୍ରୀଙ୍କ ସହ କ୍ରିଉ ମେମ୍ବରଙ୍କୁ ମିଶାଇ ୨୦୦ଜଣ ଯାତ୍ରା କରୁଥିଲେ । ଏହି ବିମାନଟି ଡାଏଗୁ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କରିବାର ଥିଲା । କିନ୍ତୁ ଅବତରଣ କରିବାର ୨ମିନିଟ୍ ପୂର୍ବରୁ ଜଣେ ଯାତ୍ରୀ ବିମାନର ଜରୁରୀକାଳୀନ ଦ୍ୱାର ଖୋଲି ଦେଇଥିଲେ । ଫଳରେ ଯାତ୍ରୀଙ୍କୁ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ ହୋଇଥିଲା । ପରେ ବିମାନଟି ଅବତରଣ ହେବା ପରେ ୩୦ ବର୍ଷି ଯୁବକଙ୍କୁ ଗିରଫ କରିଛି ପୋଲିସ୍ ।