ରୋହିଆ ସରକାରୀ ଉଚ୍ଚ ବିଦ୍ୟାଳୟ ପରିଚାଳନା କମିଟି ଗଠନକୁ ନେଇ ଉତ୍ତେଜନା ଦେଖାଦେଇଛି l ଅଭିଭାବକମାନେ ପ୍ରଧାନ ଶିକ୍ଷକଙ୍କୁ ସ୍କୁଲରେ ଅଟକ ରଖିଥିଲେ l ଶତାଧିକ ଅଭିଭାବକ ବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇ ବିଳମ୍ବିତ ରାତି ଯାଏ ଧାରଣାରେ ବସିଥିଲେ l ଶେଷରେ ନାଉଗାଁ ବ୍ଲକ ଶିକ୍ଷା ଅଧିକାରୀ ମନୋରମl ରାଉତ ଘଟଣାସ୍ଥଳରେ ପହଂଚି ଅଭିଭାବକଙ୍କ ସହିତ ଆଲୋଚନା କରିଥିଲେ l ଏଥିପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେବାରୁ ଅଭିଭାବକମାନେ ପ୍ରଧାନଶିକ୍ଷକଙ୍କୁ ଛାଡିଥିଲେ l
ରୋହିଆ ସରକାରୀ ଉଚ୍ଚ ବିଦ୍ୟାଳୟର ପରିଚାଳନା କମିଟି ଗଠନରେ ବ୍ୟପକ ଅନିୟମିତତା ହୋଇଛି l ଉକ୍ତ ସ୍କୁଲରେ ଚଳିତ ବର୍ଷ ବିଦ୍ୟାଳୟ ପରିଚାଳନା କମିଟି ଗଠନ ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇଛି l ଏହି ବିଜ୍ଞପ୍ତି ଅନୁସାରେ ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କ ଅଭିଭାବକମାନଙ୍କୁ ନେଇ ଏହି କମିଟି ଗଠନ କରାଯିବାର ନିୟମ ରହିଛି l ହେଲେ ଅଭିଭାବକମାନେ ନୋଟିସ ପାଇବା ପୂର୍ବରୁ ବିଦ୍ୟାଳୟର ପ୍ରଧାନଶିକ୍ଷକ ଚଞ୍ଚକତା କରି କମିଟି ଗଠନ କରିଦେଇଛନ୍ତି l ଏହାକୁ ନେଇ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା l