ଗତ ଜୁଲାଇ ୧୩ ତାରିଖରେ ACF ସୌମ୍ୟରଂଜନଙ୍କ ମୃତ୍ୟୁ ଘଟଣାରେ ପ୍ରାୟ ଏକ ମାସ ଧରି ସ୍ଥାନୀୟ ପୋଲିସର ତଦନ୍ତ ଜାରି ରହିଥିଲା । ଦିନକୁ ଦିନ ନୂଆ ନୂଆ ତଥ୍ୟର ଖୁଲାସାରେ ଅଡୁଆ ସୁତା ଭଳି ସମ୍ପୂର୍ଣ୍ଣ ଘଟଣା ଟି ଛନ୍ଦି ହୋଇ ରହିଥିଲା । ପରେ ଏସିଏଫ୍ ସୌମ୍ୟରଞ୍ଜନଙ୍କର ମୃତ୍ୟୁ ମାମଲା କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଥିଲା । ଡିଏସପିଙ୍କ ନେତୃତ୍ୱରେ ଏକ ଚାରିଜଣିଆ ଅନୁସନ୍ଧାନକାରୀ ଦଳ ପାରାଲାଖେମୁଣ୍ଡିରେ ଜୋରଦାର ତଦନ୍ତ ଜାରି କରିବା ସହିତ ଉକ୍ତ ମାମଲାରେ ପାରାଲାଖେମୁଣ୍ଡିରେ ୧୪ ଜଣଙ୍କୁ ପଚରାଉଚରା କରାଯାଇଥିଲା । ଏହି ମାମଲାରେ ମ ପାରଳା ପୋଲିସ ଦୁଇ ଦୁଇ ଥର ବିଦ୍ୟାଭାରତୀଙ୍କୁ ଜେରା କରିଥିଲେ ମଧ୍ୟ ଆସନ୍ତାକାଲି ପୁଣି ଥରେ ବିଦ୍ୟାଭାରତୀଙ୍କୁ ଜେରା କରିବ କ୍ରାଇମବ୍ରାଞ୍ଚ । ଯେଉଁଥିପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ସ୍ୱତନ୍ତ୍ର ପ୍ରଶ୍ନର ତାଲିକା ପ୍ରସ୍ତୁତ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା । ଜେରା ପାଇଁ ଦୁଇଜଣ ମହିଳା ଅଧିକାରୀ କ୍ରାଇମବ୍ରାଞ୍ଚ ଦଳକୁ ସହାୟତା କରିବେ। ତେବେ ଆଜି ପୋଲିସ ଖଇରା ବାସଭବନରେ ସୌମ୍ୟରଂଜନଙ୍କ ବାପା, ମାଆଙ୍କୁ ପଚରାଉଚରା କରିଥିଲେ । ସୌମ୍ୟଙ୍କ ପରିବାର ପକ୍ଷରୁ କରାଯାଇଥିବା ଅଭିଯୋଗରେ ସମ୍ପୂର୍ଣ୍ଣ ଘଟଣାରେ ବିଦ୍ୟାଭାରତୀ, ଡିଏଫଓ ଓ ରୋଷେୟାଙ୍କୁ ଦାୟୀ କରାଯାଇଥିଲା । ସେପଟେ ପୋଲିସ ପକ୍ଷରୁ ଏ ନେଇ କ୍ଲିନ୍ ଚିଟ୍ ଦିଆଯାଇଥିଲେ ମଧ୍ୟ ପୁଣିଥରେ ରୋଷେୟା ଓ ଡିଏଫଓଙ୍କୁ ମାରାଥନ୍ ଜେରା କରିଛି କ୍ରାଇମବ୍ରାଞ୍ଚ । ଗୋଟିଏ ଘରେ ଥାଇ ସ୍ୱାମୀ ପୋଡ଼ି ହେବା କଥା କେମିତି ଜାଣିପାରିଲେନି ବିଦ୍ୟା ? ମୃତ୍ୟୁ ପଛରେ କେବଳ ପାରିବାରିକ କଳହ ନାଁ ଆଉ କିଛି କାରଣ ରହିଛୁ ? DFO ଙ୍କ ଅହିତ ବିଦ୍ୟାଭାରତୀଙ୍କର ଅନୈତିକ ସମ୍ପର୍କର ସତ୍ୟାସତ୍ୟ କେତେ ? ବିଦ୍ୟାଭାରତୀଙ୍କୁ ଜେରା ପାଇଁ କ୍ରାଇମବ୍ରାଞ୍ଚର ପ୍ରଶ୍ନର ଲମ୍ବା ତାଲିକା କଣ ଏଥର ପ୍ରକୃତ ଦୋଷୀ ପର୍ଯ୍ୟନ୍ତ ବାଟ ଖୋଲି ପାରିବ ? କଣ କ୍ରାଇମବ୍ରାଞ୍ଚ ଦୋଷୀ ପର୍ଯ୍ୟନ୍ତ ପହଞ୍ଚି ପାରିବ ?
#PARALAKHEMUNDI #ACFMurdercase #NNSODIA