ଲଗାଣ ବର୍ଷାରେ ଧୋଇନେଲା ଏନ ଏଚ ୫୩ର ଆପ୍ରୋଚ ରୋଡ,ଯାତାୟତ ବାଧାପ୍ରାପ୍ତ ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଗତକାଲି ଠାରୁ ବର୍ଷା ଲାଗି ରହିଛି । ଲଘୁଚାପ ଜନିତ ବର୍ଷାର ପ୍ରଭାବ ଢେଙ୍କାନାଳ ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଛି। ଯାହାର ଫଳରେ ଲଗାଣ ବର୍ଷାରେ ରାସ୍ତା ଭୁଶୁଡ଼ି ୪୦ ଫୁଟର ଘାଇ ସୃଷ୍ଟି ହୋଇ ଯାତାୟତ ସମ୍ପୂର୍ଣ୍ଣ ଭାବେ ଠପ ହୋଇ ଯାଇଛି ।ସୂଚନା ଅନୁଯାୟୀ ୫୩ ନଂ ଜାତୀୟ ରାଜପଥ ସିଆରିମାଳିଆ ଠାରେ ଏନ ଏଚ ସଂପ୍ରସାରଣ ଏବଂ ଓଭରବ୍ରିଜର ମଧ୍ୟ କାମ ଜାରି ରହିଥିଲା । ତେଣୁ ଯାତାୟତ ପାଇଁ ଆପ୍ରୋଚ ରୋଡ ରହିଥିବା ବେଳେ ପ୍ରବଳ ବର୍ଷା ଯୋଗୁଁ ରାସ୍ତାଟି ଭୁଶୁଡ଼ି ଯାଇ ଏଥିରେ ୪୦ ଫୁଟର ଘାଇ ସୃଷ୍ଟି ହୋଇଛି। ଅନ୍ୟ ପକ୍ଷରେ କେନାଲ ରାସ୍ତାରେ ମଧ୍ୟ ୫୦ ଫୁଟର ଘାଇ ସୃଷ୍ଟି ହୋଇଛି। ବିଳମ୍ବିତ ରାତିରେ କେନାଲ ରାସ୍ତା ଦେଇ ଏକ ଟ୍ରକ ଯାଉଥିବା ବଳେ କେନାଲ ରାସ୍ତା ଧୋଇଯିବାରୁ ଟ୍ରକଟି ମଧ୍ୟ ଫସି ରହିଥିବା ଦେଖିବାକୁ ମିଳିଛି । ୨ଟି ଯାକ ରାସ୍ତା ଧୋଇଯିବା କାରଣରୁ କାମାକ୍ଷାନଗର-ତାଳଚେର ଗମନାଗମନ ସଂମ୍ପୁର୍ଣ ଭାବେ ବନ୍ଦ ହୋଇଯାଇଛି। ଉଭୟ ପାର୍ଶ୍ବରେ ଅଟକି ରହିଛି ସହ ସହ ସଂଖ୍ୟାରେ ଗାଡି। ଏଥିପ୍ରତି ପ୍ରଶାସନର ଦୃଷ୍ଟି ଆକର୍ଷଣର ଆବଶ୍ୟକତା ରହିଛି ।
#PARAJANGA #NNSODIA