ପରଜଙ୍ଗ ଥାନା ୧୪୯ ନମ୍ବର ଜାତୀୟ ରାଜପଥ ଭେଜିଆ ପୋଲ ତଳେ ବିବାହିତ ମହିଳାଙ୍କ ହାତଗୋଡ ବନ୍ଧା ଅର୍ଧନଗ୍ନ ମରଶରୀର ଉଧାର ହୋଇଛି। ତେବେ ଯାହା ଅନୁମାନ କରାଯାଉଛି,ମହିଳାଙ୍କୁ ପ୍ରଥମେ ଦୁୁଷ୍କର୍ମ, ଆଉ ପରେ ଜୀବନରୁ ମାରି ଦେଇଥିବା ସନ୍ଦେହ କରାଯାଉଛି। ହତ୍ୟା କରିବା ପରେ ଦୁର୍ବୁତ୍ତମାନେ ମହିଳା ଙ୍କୁ ଏଠାରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ମୃତ ମହିଳାଙ୍କ ପରିଚୟ ଏଯାଏଁ ସ୍ପଷ୍ଟ ଭାବେ ମିଳିପାରିନାହିଁ। ମୃତ ଦେହଟି ୪/ରୁ ୫ଦିନ ହେବ ବୋଲି ଅନୁମାନ କରାଯାଉଛି। ଘଟଣାସ୍ଥଳରେ ପରଜଙ୍ଗ ପୋଲିସ ପହଁଚି ତଦନ୍ତ ଜାରି ରଖିଛି। ତେବେ ଏଠି ପ୍ରଶ୍ନ ଉଠୁଛି,କିଏ ଏବଂ କାହିଁକି ଘଟାଇଛି ଏଭଳି ଅପରାଧ, କ’ଣ ରହିଛି ପଛର ପ୍ରକୃତ କାରଣ ! ଘଟଣା ରେ ଜଣେ ନା ଆହୁରି ଅନେକ ବ୍ୟକ୍ତି ଙ୍କ ସଂପୃକ୍ତି ରହିଛି ଏସବୁ ଏବେ ସନ୍ଦେହ ଘେରରେ ।ତେବେ ଘଟଣାକୁ ଅତ୍ୟନ୍ତ ଗୁରୁତର ସହ ନେଇ ବିଭିନ୍ନ ଦିଗରୁ ତଦନ୍ତ ଚଳାଇବା ସହ ଅଧିକ ତଦନ୍ତ ପାଇିଁ ସାଇଣ୍ଟିଫିକ ଟିମ ଡକାଇଛି ପୋଲିସ।
#parajanga #NNSODIA