ଜନ ସମସ୍ୟା ନିବାରଣ ସଂସ୍ଥା ପକ୍ଷରୁ ପାରାଦ୍ୱୀପ ରେ ଟ୍ରାଫିକ ନିୟନ୍ତ୍ରଣ କରୁଥିବା ଟ୍ରାଫିକ ସ୍ୱୟଂ ସହାୟକ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି… ବନ୍ଦର ନଗରୀ ପାରାଦ୍ୱୀପ ର ରାସ୍ତା ଗୁଡିକ ଅତ୍ୟନ୍ତ ଜନଗହଳି ପୂର୍ଣ୍ଣ ହୋଇଥିବା ବେଳେ ଏହି ରାସ୍ତା ଦେଇ ପ୍ରତି ଦିନ ହଜାର ହଜାର ସଂଖ୍ୟାରେ ମାଲ୍ ବାହୀ ଟ୍ରକ ଆଇରନ, କୋଇଲା ଭଳି ଦ୍ରବ୍ୟ ନେଇ ଯିବାଆସିବା କରନ୍ତି ଯାହା ଫଳରେ ଏହି ରାସ୍ତା ଗୁଡିକ ପ୍ରାୟତଃ ସବୁବେଳେ ଧୂଳି ଧୂଆଁ ଯୁକ୍ତ ରହିଥାଏ… ତଥାପି ବି ଏଠାରେ କାର୍ଯ୍ୟରତ ଥିବା ଟ୍ରାଫିକ ସ୍ୱୟଂ ସହାୟକ ମାନେ ନିଜ ଜୀବନକୁ ପଛରେ ପକାଇ ଜନ ସାଧାରଣ ଙ୍କ ସୁରକ୍ଷା ନିମନ୍ତେ ଅନବରତ ସୁଚାରୁ ରୂପେ କାର୍ଯ୍ୟ କରିଥାନ୍ତି… ଏହାକୁ ଦୃଷ୍ଟିରେ ରଖି ଜନ ସମସ୍ୟା ନିବାରଣ ସଂସ୍ଥାର ସଭାପତି ରମାକାନ୍ତ ଜେନା ଙ୍କ ତତ୍ୱାବଧାନରେ ସମସ୍ତ ସଦସ୍ୟ ମାନେ ଆଜି ପାରାଦ୍ୱୀପ ସ୍ଥିତ ମାଉସୀ ମା ମନ୍ଦିର ପ୍ରାଙ୍ଗଣରେ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜନ କରିଥିଲେ… ଏହି କାର୍ଯ୍ୟକ୍ରମ ରେ ପାରାଦ୍ୱୀପ ଆଦର୍ଶ ଥାନା ଅଧିକାରୀ ଶ୍ରୀ ରଜନୀକାନ୍ତ ମିଶ୍ର ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲା ବେଳେ ଅଲ୍ ଓଡିଶା ସତ୍ୟ ସାଇ ଷ୍ଟେଟ କନଭେନର ଅନ୍ତର୍ଯ୍ୟାମୀ ପଟନାୟକ, ରିପ୍ଲେ କୋ ଆଣ୍ଡ କମ୍ପାନୀ ର ମ୍ୟାନେଜର ପ୍ରଦୀପ ବୋଷ ଏବଂ ସମାଜସେବୀ ଶ୍ରୀମତୀ ସ୍ନେହମୟୀ ଆଚାର୍ଯ୍ୟ ସମ୍ମାନିତ ଅତିଥିଭାବେ ଯୋଗଦେଇ ଭଲ୍ୟୁଣ୍ଟର ମାନଙ୍କୁ ଉତ୍ତରୀୟ, ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ ଏବଂ ଭଲ୍ୟୁଣ୍ଟର ମାନଙ୍କ ମଧ୍ୟରୁ ସର୍ବୋତ୍ତମ ପ୍ରଦର୍ଶନ କରିଥିବା ଆଧାରରେ ଚନ୍ଦନ ଦାସ ଙ୍କୁ ପ୍ରଥମ, ହିତେଶ କୁମାର ମୁଦୁଲି ଦ୍ୱିତୀୟ ଓ ମୋହନ ମଣ୍ଡଳ ଙ୍କୁ ତୃତୀୟ ଭାବେ ଥାନା ଅଧିକାରୀ ଶ୍ରୀ ମିଶ୍ର ଟ୍ରଫି ପ୍ରଦାନ କରିଥିଲେ… ଏହି କାର୍ଯ୍ୟକ୍ରମ ରେ ସଂସ୍ଥାର ସଭାପତି ଙ୍କ ସମେତ ଜିଲ୍ଲା ସମ୍ପାଦକ ପ୍ରଦୀପ ଚୁଳି, ଜିଲ୍ଲା ସାଧାରଣ ସମ୍ପାଦକ ହିମାଂଶୁ ଭୂଷଣ ପରିଡା, ପାରାଦ୍ୱୀପ ଯୁବ ସଭାପତି ରିଚାର୍ଡ ରମଣ ବିଶ୍ୱାଳ, ଯୁବ ସମ୍ପାଦକ ଚିନ୍ମୟ କୁମାର ସାମଲ, ଯୁବ ସାଧାରଣ ସମ୍ପାଦକ ରାଜେନ୍ଦ୍ର ବିଶ୍ୱାଳ, ମୁଖ୍ୟ ଉପଦେଷ୍ଟା ସଂଗ୍ରାମ କେଶରୀ ରାଉତରାୟ,ଓମେନ୍ସ ସେଲ୍ ସଭାପତି ପୁଷ୍ପଲତା ଦାସ ଏବଂ ସମ୍ପାଦିକା ଅନୁରାଧା ସାହୁ ପ୍ରମୁଖ ଯୋଗ ଦେଇଥିଲେ |
#paradip #trafficvolunteer #NNSODI