ପୁରୀ ପରେ ଏବେ ପାରାଦ୍ବୀପ ବେଳାଭୂମି ରେ ନୂତନ ମଦ ଦୋକାନ ବନ୍ଦ ଦାବି ଏବେ ଜୋର ଧରିଛି । ଜଗତସିଂହପୁର ମିଳିତ ଓଡିଶା ନିଶାନିବାରଣ ଅଭିଯାନ ଓ ନବ ନିର୍ମାଣ ସମିତି ଓଡ଼ିଶା ପକ୍ଷରୁ ପାରାଦ୍ୱୀପ ବେଳାଭୂମିରେ ନୁତନ ମଦ କୁଡ଼ିଆ ଖୋଲିବା ଯୋଜନାକୁ ବନ୍ଦ ଦାବିରେ ଜିଲା ପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ନିଶା ନିବାରଣ ଅଭିଯାନ ଏବଂ ନବ ନିର୍ମାଣ ସମିତି ଓଡ଼ିଶାର କର୍ମକର୍ତ୍ତାଙ୍କ କହିବା ଅନୁଯାୟୀ ରାଜ୍ୟ ସରକାର ସମସ୍ତ ଜନସାଧାରଣଙ୍କ ହିତ ଦୃଷ୍ଟି କୁ ବିଚାର ନକରି ପର୍ଯ୍ୟଟକ ଓ ସାଧାରଣ ଜନତାଙ୍କ ଗହଳି ହେଉଥିବା ରାଜ୍ୟର ସମସ୍ତ ବେଳାଭୂମି ମାନଙ୍କ ରେ ନୂତନ ମଦ କୁଡ଼ିଆ ଖୋଲିବା ଯୋଜନାକୁ ବନ୍ଦ କରନ୍ତୁ ନଚେତ ଆଗାମୀ ଦିନରେ ମିଳିତ ଓଡିଶା ନିଶା ନିବାରଣ ଅଭିଯାନ ଘୋର ବିରୋଧ କରିବ।ଏପରିକି ଜଗତସିଂହପୁର ଜିଲ୍ଲାର ବନ୍ଦର ନଗରୀ ପାରାଦ୍ୱୀପ ର ବେଳାଭୂମି ରେ ନୂତନ ମଦ ଦୋକାନ(ମଦକୁଡିଆ)କୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ନେଇ ଜିଲାପାଳ ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।ଯଦି ଏହି ମଦକୁଡ଼ିଆ ଯୋଜନାକୁ ବନ୍ଦ କରା ନଯାଏ ତେବେ ଆନ୍ଦୋଳନ ଜୋରଦାର ହେବ ବୋଲି ଚେତାବନୀ ଦିଆଯାଇଛି ।
#paradip #seabeach #NNSODIA