ପଣ୍ୟ ପରିବହନରେ ପାରାଦ୍ୱୀପ ବନ୍ଦରର ରେକର୍ଡ | ୨୦୨୧-୨୨ ଆର୍ଥିକ ବର୍ଷରେ ପାରାଦ୍ୱୀପ ବନ୍ଦର ତାର ସର୍ବକାଳୀନ ନୂଆ ରେକର୍ଡ କରିପାରିଛି ଜ୍ଝ ଚଳିତ ବର୍ଷ ୧୧୬.୧୩ ମିଲିୟନ ମେଟ୍ରିକ ଟନ ହୋଇଛି ପଣ୍ୟ କାରବାର ଜ୍ଝ ବିଗତ ବର୍ଷ ଆଇରନ ଓର ପରିବହନ ବନ୍ଦ ସ୍ବତ୍ତେ ଗତ ବର୍ଷ ଅପେକ୍ଷା ୧.୫ମିଲିୟନ ଟନ ଅଧିକ ପଣ୍ୟ ପରିବହନ ବନ୍ଦର ହୋଇଛି ଜ୍ଝ ଇତିହାସରେ ପ୍ରଥମ ଥର ପାଇଁ ମାର୍ଚ୍ଚ ମାସରେ ୧୨.୩ ମିଲିୟନ ମେଟ୍ରିକ ଟନ ପଣ୍ୟ ପରିବହନ କରି ସର୍ବକାଳୀନ ନୂଆ ରେକର୍ଡ କରିଛି ବନ୍ଦର | ଯାହାକୁ ନେଇ ପାରାଦ୍ୱୀପ ବନ୍ଦର ତରଫରୁ ଅଧ୍ୟକ୍ଷ ପିଏଲ ହାରନାଦ ପାରାଦ୍ୱୀପ ବନ୍ଦରରେ କାଯ୍ୟରତ ସମସ୍ତ ଶ୍ରମିକ, ଅଧିକାରୀ, ପରିବହନ ସଂସ୍ଥା ଓ ବ୍ୟବସାୟିକ ସଂସ୍ଥା ର ଅଧିକାରୀଙ୍କୁ କୃତଜ୍ଞତା ଜଣାଇଥିଲେ |
ପାରାଦ୍ୱୀପର ଜୟଦେବ ସଦନଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ପାରାଦ୍ୱୀପ ବନ୍ଦରର ଆଗାମୀ ରୂପରେଖ ଓ ଆଗକୁ ହେବାକୁ ଥିବା ନୂଆ ଯୋଜନା ବିଷୟରେ ଆଲୋଚନା କରିଥିଲେ ଅଧ୍ୟକ୍ଷ ପିଏଲ ହାରନାଦ | କରୋନା ମହାମାରୀ ଓ ଅନ୍ତର୍ଜାତୀୟ ବଜାରରେ ମାନ୍ଦାବସ୍ଥା ଯୋଗୁ ପାଖାପାଖି 9ମିଲିୟନ ମେଟ୍ରିକ ଟର୍ନ ଆଇରନ ପରିବହନର କ୍ଷତି ହୋଇଥିଲା | ମାତ୍ର କୋଇଲା ପରିବହନରେ ଏହାକୁ ଭରଣା କରାଯାଇପାରିଛି ବୋଲି ସେ କହିଥିଲେ | ଆଗାମୀ ବର୍ଷରେ ପାରାଦ୍ୱୀପ ବନ୍ଦରରେ କେପ ସାଇଜ ଭେସେଲ ଜାହାଜ ଲାଗିବା ପାଇଁ ବ୍ୟବସ୍ଥା କରାଯାଇଛି | ଏହା ଛଡା ପାରାଦ୍ୱୀପ ଚଣ୍ଡିଖୋଲ ରାସ୍ତାକୁ 8ଲାଇନ ବିଶିଷ୍ଟ କରିବା ସହିତ ବିଶ୍ୱସ୍ତରୀୟ ଟ୍ରକ ଟର୍ମୀନାଲ ଓ ୨.୫ କିଲୋମିଟର ବିଶିଷ୍ଟ ଏକ ଫ୍ଲାଏଓ଼ଭର ନିର୍ମାଣ କାଯ୍ୟ ଖୁବ ଶୀଘ୍ର ହେବ ବୋଲି ବନ୍ଦର ଅଧ୍ୟକ୍ଷ ପିଏଲ ହାରନାଦ ସୂଚନା ଦେଇଛନ୍ତି | ଆଗାମୀ ଦିନରେ ପାରାଦ୍ୱୀପ ବନ୍ଦର ଅନ୍ତର୍ଜାତୀୟ ସ୍ତରରେ ଏକ ବୃହତ ବନ୍ଦର ଭାବରେ ମାନ୍ୟତା ପାଇବାକୁ ନେଇ ବନ୍ଦର ଅଧ୍ୟକ୍ଷ ସୂଚନା ଦେଇଛନ୍ତି | ପାରାଦ୍ୱୀପ ପୋର୍ଟ ଟ୍ରଷ୍ଟ ପରିବର୍ତ୍ତେ ପାରାଦ୍ୱୀପ ପୋର୍ଟ ଅଥରିଟି ନାମ ପରିବର୍ତ୍ତନ ହେବାର ପ୍ରଶ୍ନରେ ବନ୍ଦର ଅଧ୍ୟକ୍ଷ ସୂଚନା ଦେଇଥିଲେ ଯେ ପିପିଟି ପରିବର୍ତ୍ତେ ପିପିଏ ଗତ ନଭେମ୍ବର ୨୧ ରୁ ନାମ ପରିବର୍ତ୍ତନ ହେଇଛି | ଫଳରେ ଏବେ ପାରାଦ୍ୱୀପ ବନ୍ଦର ଓ ନୂଆ ଯୋଜନା ଓ ନିଷ୍ପତି ନେବାର କାର୍ଯ୍ୟ ଆଗ ଅପେକ୍ଷା ସହଜ ଓ ଅଧିକ ତ୍ୱରାନ୍ୱିତ ହେଇପାରିବ | ଫଳରେ ବନ୍ଦର ଆଗକୁ ଆହୁରି ଅଧିକା କାର୍ଯ୍ୟ କ୍ଷମ ଓ ସଫଳତା ଆଣିବ ବୋଲି ଅଧ୍ୟକ୍ଷ ପିଏଲ ହାରନାଦ ସୂଚନା ଦେଇଛନ୍ତି |