ବର୍ଷାଜଳ ନିଷ୍କାସନ ପାଇଁ ରାଜରାସ୍ତା ଅବରୋଧ, ଗାଡିଚଳାଚଳ ସମ୍ପୂର୍ଣ ଠପ ପାଣି ପାଇଁ ମହାଭାରତ l ଜଳନିଷ୍କାସନ ହେଉନଥିବାରୁ ରାଜରାସ୍ତା ଅବରୋଧ କଲେ ସ୍ଥାନୀୟ ଲୋକ l ପାରାଦ୍ୱୀପ ପୌରପରିଷଦ ୫ ନମ୍ବର ୱାର୍ଡ ବାଲିଝରା ବସ୍ତି ଅଞ୍ଚଳର ଶତାଧିକ ମହିଳା ପିଲାଛୁଆ ଧରି ଏକ ଘଣ୍ଟାର ରାସ୍ତା ରୋକ ରେ ପାରାଦ୍ୱୀପ ବନ୍ଦରାଞ୍ଚଳ ରେ ଯାନବାହନ ଚଳାଚଳ ସମ୍ପୂର୍ଣ ଠପ ହୋଇଯାଇଥିବା ଦେଖିବାକୁ ମିଳିଛି l ଘଟଣା ସ୍ଥଳରେ ପାରାଦ୍ୱୀପ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ପାରାଦ୍ୱୀପ ଆଦର୍ଶ ଥାନା ଅଧିକାରୀ ଓ ପାରାଦ୍ୱୀପ ପୌରନିର୍ବାହୀ ଅଧିକାରୀ ପହଞ୍ଚି ଆଲୋଚନା କରି ପ୍ରତିଶୃତି ଦେବାପରେ ଯାଇ ଯାନବାହନ ସ୍ୱାଭାବିକ ହୋଇଥିଲା l ପ୍ରାପ୍ତ ସୂଚନା ଅନୁଯାୟୀ କିଛିଦିନ ତଳେ ହୋଇଥିବା ଲଗାଣ ବର୍ଷା ରେ ପାରାଦ୍ୱୀପ ପୌରାଞ୍ଚଳର ୫ ଟି ୱାର୍ଡ ପ୍ରଭାବିତ ହୋଇଥିଲା l ଯେଉଁଥିରେ ବାଉରୀଆପାଳନ୍ଦା, ବାଲିଝରା, ଷଣ୍ଢକୁଦ ର କିଛି ଅଞ୍ଚଳ,ମୁଣ୍ଡାପଡା ଓ ବାଲିଝରା ବସ୍ତି ଜଳାର୍ଣ୍ଣବ ହୋଇଥିଲା l ପ୍ରାୟତଃ ଡ୍ରେନ ପାଣି ବସ୍ତିଅଞ୍ଚଳ ରେ ଘରେ ପଶିବା କାରଣରୁ ପରିବେଶ ପ୍ରଦୂଷିତ ହେବା ସହିତ ଦୁର୍ଗନ୍ଧ କାରଣରୁ ଲୋକଙ୍କ ଚାଲିବା ମୁସ୍କିଲ ହୋଇପଡ଼ିଥିଲା l ଡ୍ରେନ ପାଣି ଜମିରହିବା କାରଣରୁ ମଶା, ମାଛି, ବୃଦ୍ଧିପାଇବା ସହିତ ଅନେକ ଲୋକ ରୋଗଗ୍ରସ୍ତ ହୋଇ ମେଡିକାଲ ରେ ଭର୍ତି ହୋଇଥିବା ବେଳେ ଏହି ଡ୍ରେନ ପାଣି ନିଷ୍କାସନ କରିବା ଓ ବସ୍ତି ଅଞ୍ଚଳରେ ସ୍ୱାସ୍ଥ୍ୟସେବା କୁ ତ୍ୱରାନ୍ୱିତ କରିବା ଦାବିରେ ପାରାଦ୍ୱୀପ ପୌରପରିଷଦର ପାଞ୍ଚ ନମ୍ବର ୱାର୍ଡ ବାଲିଝରାର ଶତାଧିକ ମହିଳା ଓ ପୁରୁଷ ପିଲାଛୁଆ ଧରି ରାଜରାସ୍ତା ଅବରୋଧ କରିଥିଲେ । ପରେ ପ୍ରଶାସନିକ ଅଧିକାରୀଙ୍କ ପ୍ରତିଶୃତି ପାଇବା ପରେ ଗାଡି ମୋଟର ଚଳାଚଳ ସ୍ୱାଭାବିକ ହୋଇଥିଲା ।
#paradip #NNSODIA