ବଙ୍ଗୋପସାଗର ରେ ସୃଷ୍ଟି ହୋଇଥିବା ଲଘୁଚାପ ଜନିତ ବର୍ଷା ଯୋଗୁଁ ବେହାଲ ପାରାଦ୍ୱୀପ । ସମୁଦ୍ର ର ଗର୍ଜନ ଓ ଲହଡି ରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି । ସମୁଦ୍ର ଜୁଆର ୧୦୦ମିଟର ମାଡିଆସିବା ଫଳରେ ସମୁଦ୍ର କୂଳିଆ ଜନବସତି ପ୍ରତି ବିପଦ ଥିବାରୁ ପ୍ରଶାସନ ତରଫରୁ ନିରାପଦ ଜାଗା ଓ ବାତ୍ୟା ଆଶ୍ରୟସ୍ଥଳକୁ ଯିବା ପାଇଁ ପରାମର୍ଶ ଦିଆଯାଇଛି । ପାରାଦ୍ୱୀପର ସମୁଦ୍ର କୂଳିଆ ଅଞ୍ଚଳ ଷଣ୍ଢକୁଦ ନୋଳିଆ ବସ୍ତି ଓ ନୂଆବଜ଼ାର ଅଞ୍ଚଳରେ ଏହାର ପ୍ରଭାବ ଅଧିକ ପରିମାଣରେ ଦେଖିବାକୁ ମିଳିଛି । ଚାଳ ଘର ଵା ଝୁମ୍ପୁଡ଼ି ବସ୍ତି ବାସିନ୍ଦା ମାନଙ୍କୁ ବାତ୍ୟା ଆଶ୍ରୟସ୍ଥଳ କୁ ଯିବାପାଇଁ ପ୍ରଶାସନ ତରଫରୁ ସତର୍କ ସୂଚନା ଦିଆଯାଇଥିବା ବେଳେ ତୁହାକୁ ତୁହା ପବନ ଓ ବର୍ଷା ଫଳରେ ଜନ ଜୀବନ ଅସ୍ତବ୍ୟସ୍ତ ହେଇପଡିଛନ୍ତି । ସମୁଦ୍ର ର ଜୁଆର ୧୦୦ ମିଟର ଆଗକୁ ମାଡି ଆସିଥିବା ବେଳେ ସମୁଦ୍ରକୁଳିଆ ଅଞ୍ଚଳବାସୀ ମାନେ ଭୟବିତ ଥିବା ଦେଖିବାକୁ ମିଳିଛି। ୧୧ତାରିଖ ଠାରୁ ଆଜି ସକାଳ ପଯ୍ୟନ୍ତ ୨୬୫ ମିଲିମିଟର ବର୍ଷା ରେକର୍ଡ ହେଇଥିବାବେଳେ ଆହୁରି ଦୁଇଦିନ ବର୍ଷା ଲାଗିରହିବ ବୋଲି ସୂଚନା ମିଳିଛି । ପାରାଦ୍ୱୀପ ମୁନିସିପାଲିଟି ଏବଂ ପାରାଦ୍ୱୀପ ପୋର୍ଟ ଆନୁକୁଲ୍ୟରେ ସମସ୍ତ ବାତ୍ୟା ଆର୍ଶୟସ୍ଥଳ ରେ ରନ୍ଧା ଖାଦ୍ୟ, ଚୁଡା, ବିସ୍କୁଟ ଓ ପାନୀୟ ଜଳ ର ସୁବିଧା ଉପଲବ୍ଧ କରାଇଛନ୍ତି । ମାଛଧରାଳି ମାନଙ୍କୁ ସମୁଦ୍ର ଭିତରକୁ ଜୀବାକୁ ଏବଂ କଚ୍ଚା ଘରେ ଲୋକେ ନରହିବା ପାଇଁ ପ୍ରଶାସନ ତରଫରୁ ସତର୍କ ସୂଚନା ଦିଆଯାଇଛି । ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକରେ ସର୍ବାଧିକ ୪୪୦ମିଲିମିଟର ବର୍ଷା ରେକର୍ଡ ହେଇଥିବା ବେଳେ ଲଗାଣ ବର୍ଷା ଯୋଗୁଁ ଜନଜୀବନ ବେହାଲ ହୋଇପଡିଛି ।
#JAGATSINGHPUR #NNSODIA