ଆଜିଠୁ ପାରାଦ୍ୱୀପରେ 18ରୁ 44ବର୍ଷ ବର୍ଗର ଲୋକମାନଙ୍କ ପାଇଁ ଟୀକାକରଣ ଶୁଭାରମ୍ବ ହେଇଛି. ପାରାଦ୍ୱୀପ ମୁନିସିପାଲିଟି ଅନ୍ତର୍ଗତ ବିଜୁମେମୋରିଆଲ ହସ୍ପିଟାଲରେ ମାନନୀୟ ଜିଲ୍ଲାପାଳ ଶ୍ରୀଯୁକ୍ତ ସଂଗ୍ରାମ କେଶରୀ ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ କାନ୍ହୁ ଚରଣ ଧୀର ଓ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ଉପସ୍ଥିତରେ ଟୀକାକରଣ କାଯ୍ୟକ୍ରମ ଉଧଘଟାନ ହେଇଛି. ଏହି ଅବସରରେ ସରକାରଙ୍କ ତରଫରୁ ଆରମ୍ଭ ହେଇଥିବା କୋଭାକ୍ସସିନର ସଫଳତା ବିଷୟରେ ଜିଲ୍ଲାପାଳ ଆଲୋକପାତ କରିଥିଲେ. ଆଗକୁ କିପରି ଅନଲାଇନ ସ୍ଲଟ ବୁକିଂ କରି ଲୋକମାନେ ଅଧିକରୁ ଅଧିକ ଟୀକାଧାରଣ କରିପାରିବେ ତାହା ଲୋକଙ୍କୁ ଅନୁରୋଧ କରିଥିଲେ.