ପଞ୍ଜଶୀର, ଏକ ଦୁର୍ଗମ ପର୍ବତ ଉପତ୍ୟକା, ଯେଉଁଠାରେ ପ୍ରାୟ ଦେଢ଼ରୁ ୨ଲକ୍ଷ ପର୍ଯ୍ୟନ୍ତ ଲୋକ ବାସ କରନ୍ତି | ୧୯୮୦ ଦଶକରେ ଆଫଗାନିସ୍ତାନ ସୋଭିଏତ୍ ଦଖଲରେ ଏବଂ ୧୯୯୬ ରୁ ୨୦୦୧ ମଧ୍ୟରେ ତାଲିବାନର ପୂର୍ବ ଶାସନ କାଳରେ, ପଞ୍ଜଶୀର ଏକ ମୁଖ୍ୟ ପ୍ରତିରୋଧ କେନ୍ଦ୍ର ଥିଲା | ତେବେ ତାଲିବାନ ଆଗରେ ପ୍ରାଚୀର ହୋଇ ଛିଡା ହୋଇଥିବା ପଂଜଶିର ମୁଖ୍ୟଙ୍କୁ ଶକ୍ତ ଧକ୍କା ଲାଗିଛି। ବର୍ତ୍ତମାନ ତାଲିବାନର ଆଫଗାନ ଅକ୍ତିଆର ପରେ ପଞ୍ଜଶୀରକ୍ରଉ ନେଇ ପଂଜଶିର ନର୍ଦ୍ଦନ ଏଲାଏନ୍ସ ଓ ତାଲିବାନ ମଧ୍ୟରେ ଯୁଦ୍ଧ ଲାଗିଥିବାବେଳେ ତାଲିବାନର ଗୁଳିମାଡରେ ରେଜିଷ୍ଟେନ୍ସ ଫ୍ରଣ୍ଟ ର ପ୍ରବକ୍ତା ତଥା ମାସୁଦଙ୍କ ଡାହାଣ ହାତ କୁହାଯାଉଥିବା ଫହିମ୍ ଦସ୍ତି ପ୍ରାଣ ହରାଇଛନ୍ତି, ଯାହାକି ଦଳ ପାଇଁ ଏକ ବଡ଼ ଝଟକା । ଏକ ସାକ୍ଷାତକାରରେ ଯୋଗ ଦେଇ ଦସ୍ତି ଏବଂ ଅବଦୁଲ ବଦୁଦ କହିଥିଲେ ଯେ, ସେମାନେ କେବଳ ପଂଜଶିର ନୁହେଁ ବରଂ ସମ୍ପୂର୍ଣ୍ଣ ଆଫଗାନିସ୍ତାନ ପାଇଁ ଲଢୁଛନ୍ତି । ଆଫଗାନ ବାସୀ ତଥା ସେଠିକାର ମହିଳାଙ୍କୁ ସମାନତା ଓ ସେମାନଙ୍କ ଅଧିକାର ବଜାୟ ରଖିବାକୁ ଏହି ଯୁଦ୍ଧ ଜାରି ରଖିବାକୁ ଦୁହେଁ କହିଥିଲେ ।ଏହି ଯୁଦ୍ଧରେ ମୁଖପାତ୍ର ଫାହିମ ଦସ୍ତି ଏବଂ ଜଣେ କମାଣ୍ଡର ଜେନେରାଲ ଅବଦୁଲ ବଦୁଦ ଙ୍କ ମୃତ୍ୟୁ ଘଟିଥିବା ବେଳେ ତାଲିବାନର ଜଣେ ବିଶିଷ୍ଟ ଜେନେରାଲ ଏବଂ ୧୩ ଜଣ ଅଙ୍ଗରକ୍ଷୀଙ୍କର ମଧ୍ୟ ମୃତ୍ୟୁ ଘଟିଥିବା NRF ପକ୍ଷରୁ ସୂଚନା ମିଳିଛି । ସେପଟେ ତାଲିବାନ ଦାବି କରିଛି ଯେ ବର୍ତ୍ତମାନ ଆଫଗାନିସ୍ତାନର ପଞ୍ଜଶୀର ପ୍ରଦେଶ ତାଳିବାନର ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସି ସାରିଛି । ରାଜଧାନୀ କାବୁଲର ଉତ୍ତରରେ ଥିବା ଉପତ୍ୟକାରେ ନ୍ୟାସନାଲ ରେଜିଷ୍ଟାନ୍ସ ଫ୍ରଣ୍ଟ (NRF) ସହିତ ପ୍ରବଳ ସଂଘର୍ଷ ହେବା ପରେ ବିଜୟ ସହିତ ପଞ୍ଜଶୀର ତାଳିବାନର ନିୟନ୍ତ୍ରଣକୁ ଆସିସାରିଥିବା ତାଳିବାନର ମୁଖପାତ୍ର ପ୍ରକାଶ କରିଛନ୍ତି । ତେବେ ଏନଆରଏଫ ଏହାକୁ ସମ୍ପୂର୍ଣ୍ଣ ଭାବେ ଅସ୍ୱୀକାର କରିଛି। ଏନଆରଏଫ ମୁଖପାତ୍ର ଅଲି ମାଇସାମ କହିଛନ୍ତି ଯେ ଏହା ସତ ନୁହେଁ, ତାଲିବାନ ପଞ୍ଜଶୀର କାବୁ କରି ନାହିଁ ମୁଁ ତାଲିବାନର ଏହି ଦାବିକୁ ପ୍ରତ୍ୟାଖ୍ୟାନ କରୁଛି। ଏଥି ସହିତ ଶାନ୍ତିପୂର୍ଣ୍ଣ ଭାବେ ବୁଝାମଣା ତଥା ସମାଧାନ ପାଇଁ ହାତ ବଢ଼ାଇବା ସହିତ ତାଲିବାନକୁ ସେମାନଙ୍କ ଆକ୍ରମଣକୁ ବନ୍ଦ କରିବାକୁ କହିଛନ୍ତି। କିନ୍ତୁ ଏ ନେଇ ତାଳିବା ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।
#PanjshirValley #Afghnistan #Taliban #NNSODIA