ଗାଁରେ ରହିଛି ଅନେକ ସମସ୍ୟା | ଗାଁକୁ ଯିବାକୁ ପକ୍କା ରାସ୍ତାଟିଏ ନାହିଁ, ନଳକୂପ କି ପୋଖରୀ ବି ନାହିଁ | ଲୋକେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି | ପ୍ରଶାସନ ନିକଟରେ ବାରମ୍ବାର ଅବିଯୋଗ ପରେ ବି କିଛି ସୁଫଳ ମିଳିଲାନି | ତେଣୁ ବାଧ୍ୟ ହୋଇ ଭୋଟ ବର୍ଜନ ପାଇଁ ନିଷ୍ପତି ନେଇଥିଲେ ଗ୍ରାମବାସୀ | ଆଜି ନିର୍ବାଚନ ଥିବା ବେଳେ ଗାଁ ଲୋକେ ଭୋଟ ଦେବାକୁ ନଯିବାରୁ ବ୍ଲକ ପ୍ରଶାସନ ଏବଂ ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀ ଲୋକଙ୍କୁ ବୁଝାସୁଝା କରିଥିଲେ | ମାସକ ମଧ୍ୟରେ ଗାଁର ସମସ୍ତ ସମସ୍ୟା ଦୂର କରାଯିବ ବୋଲି ପ୍ରତିଶୃତି ଦେବା ପରେ ଲୋକେ ଭୋଟ ଦେବାକୁ ଯାଇଥିଲେ | ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକର ମୈଦାଲପୁର ପଞ୍ଚାୟତରେ |
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକର ମୈଦାଲପୁର ପଞ୍ଚାୟତର ବୋରିପଦର 3 ନମ୍ବର ୱାର୍ଡର 194 ଭୋଟର କରିଥିଲେ ଭୋଟ ବର୍ଜନ। ଭୋଟରଙ୍କ କହିବା ଅନୁଯାୟୀ, ଗାଁକୁ ପକ୍କା ରାସ୍ତା, ନଳକୂପ , ପୋଖରୀ ନାହିଁ | ଲୋକଙ୍କୁ ଘରବାରି ପଟ୍ଟା ମଧ୍ୟ ମିଳିନି | ତେଣୁ ସେମାନେ ଭୋଟ ବର୍ଜନ କରିବାକୁ ନିଷ୍ପତି ନେଇଥିବା କହିଥିଲେ | ଖବର ପାଇ ବିଡ଼ିଓ ରଞ୍ଜିତା ମଲ୍ଲିକ, ପୂର୍ଵତନ ବିଧାୟକ ଭୁଜବଳ ମାଝୀ ଓ ଜିଲ୍ଲାପରିଷଦ ପାର୍ଥିନି ଲିପିକା ମାଝୀ ଗାଁକୁ ଯାଇ ଲୋକଙ୍କୁ ବୁଝାସୁଝା କରିଥିଲେ | ଗାଁର ସମସ୍ୟା ସମ୍ପର୍କରେ ଗ୍ରାମବାସୀ ଏକ ଲିଖିତ ଅଭିଯୋଗ ପତ୍ର ବିଡ଼ିଓଙ୍କୁ ଦେଇଥିଲେ | ଗୋଟିଏ ମାସ ଭିତରେ ଗାଁରେ ଉର୍ନତିମୂଳକ କାର୍ଯ୍ୟ ହେବା ପାଇଁ ପ୍ରତିଶୃତି ଦେବା ସହ ଏ ସମ୍ପର୍କରେ ମୁ ଉପର ଅଧିକାରୀଙ୍କୁ ଲିଖିତ ଅକାରେ ଜଣାଇବି ବୋଲି କହିବାରୁ ବରିପଦର ଗାଁ ଲୋକ ଭୋଟ ଦେବା ପାଇଁ ଯାଇଥିଲେ |