ପରିଣତ ବୟସରେ ଲୋକଙ୍କ ସେବା କରିବାକୁ ମନ ବଳାଇ ନିର୍ବାଚନ ମଇଦାନକୁ ଓଲ୍ହାଇଛନ୍ତି ଜଣେ ବୃଦ୍ଧା | ବୟସ ହେଲାଣି ୬୫ , ହେଲେ ନିର୍ବାଚନ ଲଢ଼ିବାକୁ ଭିଡିଛନ୍ତି ଅଣ୍ଟା | ସରପଞ୍ଚ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ୁଛନ୍ତି ବୃଦ୍ଧା ଟିପ ମାଝି | ଭୁବନ ବ୍ଲକର ମୃଦଙ୍ଗା ପଞ୍ଚାୟତ ଢେଙ୍କାନାଳ ଜିଲ୍ଲାର ସୀମାନ୍ତ ଓ ଉପାନ୍ତ ଅଞ୍ଚଳ ଭାବେ ପରିଚିତ | ଅନୁସୂଚିତ ଜାତି ମହିଳାଙ୍କ ପାଇଁ ସଂରକ୍ଷିତ ଥିବା ଏହି ପଞ୍ଚାୟତରେ 3 ଜଣ ପ୍ରାର୍ଥୀ ସରପଞ୍ଚ ଆସନ ପାଇଁ କରୁଛନ୍ତି ପ୍ରତିଦ୍ବନ୍ଦିତା | ଚନ୍ଦ୍ରିକା ପାତ୍ର ଖୋଲାବହି, ଟିପ ମାଝି ମାଛ ଏବଂ ବସନ୍ତ ମଞ୍ଜରୀ ତରାଇ ସୂର୍ଯ୍ୟ ଚିହ୍ନରେ ନିର୍ବାଚନ ଲଢ଼ୁଛନ୍ତି | ବୟସର ଅପରାହ୍ନରେ ନିର୍ବାଚନ ମଇଦାନକୁ ଓଲ୍ହାଇ ସରପଞ୍ଚ ହେବାକୁ ମନ ବଳାଇଛନ୍ତି ଟିପ ମାଝି | ଶାସକ ବିଜୁ ଜନତା ଦଳ ସମର୍ଥିତ ପ୍ରାର୍ଥୀ ଭାବେ ଘରକୁ ଘର ବୁଲି ନବୀନ ସରକାରଙ୍କ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ବିଭିର୍ନ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇ ଭୋଟ ଭିକ୍ଷା କରୁଛନ୍ତି ଟିପ ମାଝି | ବସନ୍ତ ମଞ୍ଜରୀ ତରାଇ ଓ ଟିପ ମାଝିଙ୍କ ମଧ୍ୟରେ ଦ୍ଵିମୁଖୀ ପ୍ରତିଦ୍ବନ୍ଦିତା ହେଉଥିବା ଦେଖିବାକୁ ମିଳୁଛି |