ସରଗରମ ହେଉଛି ପଞ୍ଚାୟତ ନିର୍ବାଚନ | ନିର୍ବାଚନୀ ମଇଦାନରେ ବିଜେଡି ଖେଳି ଧୁଳି ଉଡ଼ାଇ ସାରିଲାଣି | ତେବେ ଆହାରେ ପ୍ରଶ୍ନ ଉଠୁଛି ବିଜେପି ଚୁପ୍ କାହିଁକି ? ଓଡ଼ିଶାର ମୁଖ୍ୟ ବିରୋଧୀ ଦଳ ଚୁପ୍ ରହିଛି କାହିଁକି ? ବିଜେପିର ମହା ମହା ରଥୀ ସବୁ ଚୁପ୍ । ଅନ୍ଦର କି ବାତ୍ କୁଛ ଔର ହେ । କାରଣ ବିଜେଡ଼ିର ମନ୍ତ୍ରୀ ନେତା ସବୁ ମଇଦାନରେ ଥାଇ ମାରାଥନ ପ୍ରଚାର କରୁଥିବା ବେଳେ ବିଜେପିର ନେତା ମନ୍ତ୍ରୀଙ୍କ ସ୍ୱର ଶବ୍ଦ ଶୁଭୁନାହିଁ । ଭିତରେ ଭିତରେ କିଛି ବୁଝାମଣା ହୋଇଗଲା କି । ସତେ ଅବା ୱଆକଭର ଦେଲେକି ? ନା କେନ୍ଦ୍ରିୟ ନେତାଙ୍କ ଅପେକ୍ଷାରେ ? ଏବେ ଉତ୍ତର ପ୍ରଦେଶର ନିର୍ବାଚନ ଥିବାରୁ କେନ୍ଦ୍ରିୟ ନେତାମାନେ ସମସ୍ତେ ସେଠାରେ ବ୍ୟସ୍ତ ଅଛନ୍ତି । ସେଠାକାର ପର୍ବ ସରିଲା ପରେ ଏଠି ଆରମ୍ଭ ହୋଇପାରେ । କିନ୍ତୁ ଏଠି ସେତେବେଳକୁ କଣ ଥିବ ? କ’ଣ ହେବ ବିଜପିର ଅଙ୍କକଷା । ଏପଟେ ବିଜେପି ଦଳର କର୍ମୀ ମାନେ ହାତ ବାନ୍ଧି ଉପରକୁ ଚାହିଁ ଛନ୍ତି କେବେ କ’ଣ ଖସିବ ଏମାନେ କ’ଣ କରିବେ ? ଏପଟେ ଓଡ଼ିଶାର କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁ ଓ ଜୁଏଲ ଓରାମଙ୍କ ବିବାଦ ପିଛା ଛାଡୁନି । ନହେଲେ ଶୁଖିଲାରେ ବାଳିଆ କେମିତି ମରାଯିବ ? ଏମିତିରେ ବିଜେପି ପୋଖରୀ ଭିତରେ ପଂକରେ ମାଛ ଖୋଜୁ ଖୋଜୁ ବିଜେଡି ମାଛ ଧରି ପାର ହୋଇଯିବନିତ ? ଏଥିରୁ ଯାହା ଜଣାପଡୁଛି ବିଜେଡି ମଇଦାନରେ ଏକା କଂଗ୍ରେସ ତୁତୁମେମେ ହେଉଛି ।