ଆଜି ଚାଲିଛିି ଭୋଟ ଗଣତି । ନିର୍ଦ୍ଧାରଣ ହେଉଛି ପ୍ରାର୍ଥୀଙ୍କ ଭାଗ୍ୟ | ଫଳାଫଳ ଉପରେ ସଭିଙ୍କ ନଜର | ଚାରିଆଡେ ଗୋଟିଏ ପ୍ରଶ୍ନ କେଉଁଠି କିଏ ଜିତିବ | ଏହାରି ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାର ପ୍ରଥମ ପର୍ଯ୍ୟାୟ ଫଳାଫଳ ଆସିଛି | ପ୍ରଥମ ଦିନରେ ୩୧୫ଟି ଜିଲ୍ଲା ପରିଷଦ ଆସନ ପାଇଁ ଚାଲିଛି ଭୋଟ୍ ଗଣତି । ତେବେ ୨୪୬ ଜୋନ ମଧ୍ୟରୁ ୨୦୨ ଜୋନରେ ବିଜୁ ଜନତା ଦଳ ଆଗରେ ରହିଛି । ପ୍ରାରମ୍ଭିକ ଟ୍ରେଣ୍ଡରେ ଖୋର୍ଦ୍ଧା ଜିଲ୍ଲାରେ ବିଜେଡି ରହିଛି ଆଗୁଆ । ଦିନ ସାଢେ ୧୨ ସୁଦ୍ଧା ଖୋର୍ଦ୍ଧା ଜିଲ୍ଲାର ୬ଟି ଜୋନରେ ବିଜେଡି ଆଗୁଆ ରହିଛି | ତେବେ ଖୋର୍ଦ୍ଧା ଜୋନ ନଂ ୧ରେ ବିଜେପି ଆଗୁଆ ରହିଥିବା ମିଳିଛି ସୂଚନା |
ଖୋର୍ଦ୍ଧା ଜୋନ ନଂ ୧ରେ ବିଜେପି ପ୍ରାର୍ଥୀ ୮୭୮ ଆସନରେ ଆଗୁଆ ରହିଥିବାବେଳେ ବିଜେଡି ପ୍ରାର୍ଥୀଙ୍କୁ ମିଳିଛି ୬୯୩, କଂଗ୍ରେସକୁ ମିଳିଛି ୨୪୦ | ସେହିଭଳି ବୋଲଗଡ ଜୋନ ନଂ ୨୫ରେ ବିଜେଡି ଆଗୁଆ ରହିଛି | ବିଜେଡି ୧୨୭୧ ଆସନରେ ଆଗୁଆ ଥିବା ବେଳେ ବିଜେପି – ୩୭୦ କଂଗ୍ରେସକୁ ମିଳିଛି ୪୦୯ | ବେଗୁନିଆ ଜୋନ ନଂ ୨୨ରେ ବିଜେଡି ୧୬୨୮ ଆସନରେ ଆଗୁଆ ରହିଛି | ସେହିଭଳି ବିଜେପିକୁ ୨୬୫ ଓ କଂଗ୍ରେସକୁ ମିଳିଛି ୧୦୭ | ବାଣପୁର ଜୋନ ନଂ ୧୩ ରେ ୭୭୯ ଆସନରେ ବିଜେଡି ଆଗୁଆ ରହିଥିବା ବେଳେ ବିଜେପି ୭୬୦ ଓ କଂଗ୍ରେସକୁ ମିଳିଛି ୪୨ | ଟାଙ୍ଗି ବ୍ଲକ ଜୋନ ନଂ ୯ ରେ ୯୨୨ ଆସନରେ ବିଜେଡି ଆଗୁଆ ରହିଥିବା ବେଳେ ବିଜେପି ୫୯୫ ଓ କଂଗ୍ରେସକୁ ମିଳିଛି ୧୧୧ | ଜୟଦେବ ନିର୍ବାଚନ ମଣ୍ଡଳୀର ବାଲିଅନ୍ତା ଜୋନ – ୧୬ରେ ବିଜେଡି ୨୬୬ ଆସନରେ ଆଗୁଆ ଥିବା ବେଳେ ବିଜେପିକୁ ୧୩ କଂଗ୍ରେସକୁ ମିଳିଛି ୯ | ଜଟଣୀ ଜୋନ ନଂ ୭ରେ ବିଜେଡିକୁ ମିଳିଛି ୧୪୮୨ ଆସନ, ବିଜେପିକୁ ୬୪୩ ଏବଂ କଂଗ୍ରେସକୁ ୬୫୬ ଏବଂ ଅନ୍ୟମନକୁ ମିଳିଛି ୧୦ | ତେବେ ଚିଲିକା ସମ୍ପର୍କରେ ସୂଚନା ହସ୍ତଗତ ହୋଇପାରି ନାହିଁ |