ଚାଲିଛି ଭୋଟ ଗଣତି | ସମସ୍ତଙ୍କ ନଜର ଫଳାଫଳ ଉପରେ | ଜଗତସିଂହପୁର, କେନ୍ଦ୍ରାପଡା ଜିଲ୍ଲାରେ ବିଜେଡି ଆଗୁଆ ରହିଥିବା ଜଣାଯାଇଛି | ବିଜେପି, କଂଗ୍ରେସକୁ ଲାଗିଛି ଜୋରଦାର ଝଟକା | ଦୁଇ ଜିଲ୍ଲାରେ ଜିଲ୍ଲାପରିଷଦ ଜୋନର ବିଜେଡି ପ୍ରାର୍ଥୀମାନେ ଉଭୟ ପ୍ରଥମ ଓ ଦ୍ବିତୀୟ ରାଉଣ୍ଡ ସୁଦ୍ଧା ରହିଛନ୍ତି ଆଗୁଆ ।
ଜଗତସିଂହପୁର ଜିଲ୍ଲାର ନାଉଗାଁ ଜୋନ-୧ ବିଜେଡି ପ୍ରାର୍ଥୀ ଅମିତା ସ୍ବାଇଁ ନିକଟତମ ପ୍ରତିଦ୍ବନ୍ଦୀ କଂଗ୍ରେସ ପ୍ରାର୍ଥୀ ଅଲିଭା ସ୍ୱାଇଁଙ୍କ ଠାରୁ ତୃତୀୟ ରାଉଣ୍ଡ ସୁଦ୍ଧା ୯୬୩ ଖଣ୍ଡ ଭୋଟରେ ଅଛନ୍ତି ଆଗୁଆ । ସେହିଭଳି ଏରସମା-ଜୋନ-୧ ରୁ ବିଜେଡି ପ୍ରାର୍ଥୀ ପ୍ରଣବ ସ୍ବାଇଁ ନିକଟତମ କଂଗ୍ରେସ ପ୍ରାର୍ଥୀ ଧ୍ୱଜରାଜ ଖଣ୍ଡୁଆଳଙ୍କ ଠାରୁ ୨୪୮ ଖଣ୍ଡ ଭୋଟରେ ରହିଛନ୍ତି ଆଗୁଆ । ରଘୁନାଥପୁର ଜୋନ-୧ ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀ ରୀନାରାଣୀ ମଲ୍ଲିକ ନିକଟତମ ପ୍ରତିଦ୍ବନ୍ଦୀ ବିଜେପି ପ୍ରାର୍ଥୀ ସୁଚିତ୍ରା ଭୋଇଙ୍କ ଠାରୁ ୯୪୬ ଭୋଟରେ ଆଗୁଆ । ବାଲିକୁଦା ଜୋନ-୧ ବିଜେଡି ପ୍ରାର୍ଥୀ ଡଲି ପଣ୍ଡା ନିକଟତମ ପ୍ରତିଦ୍ବନ୍ଦୀ କଂଗ୍ରେସର ସ୍ୱର୍ଣ୍ଣପ୍ରଭା ଭୋଳଙ୍କଠାରୁ ତୃତୀୟ ରାଉଣ୍ଡ ସୁଦ୍ଧା ୨୭୧ ଖଣ୍ଡ ଭୋଟରେ ଆଗୁଆ । ବିରିଡି ବ୍ଲକ ଜିଲ୍ଲା ପରିଷଦ ଜୋନ-୧ରୁ ବିଜେଡ଼ି ପ୍ରାର୍ଥୀ ଦୀପ୍ତିମୟୀ ରାୟ ନିକଟତମ ପ୍ରତିଦ୍ବନ୍ଦୀ ବିଜେପି ପ୍ରାର୍ଥୀ ଗୀତାଞ୍ଜଳି ସାହୁଙ୍କ ଠାରୁ ୧୪୨୧ ଖଣ୍ଡ ଭୋଟରେ ଆଗୁଆ । ତିର୍ତ୍ତୋଲ ବ୍ଲକ ଜିଲ୍ଲା ପରିଷଦ ଜୋନ-୧ରୁ ବିଜେଡ଼ି ପ୍ରାର୍ଥୀ ରଞ୍ଜିତା ସିଂ ନିକଟତମ ପ୍ରତିଦ୍ବନ୍ଦୀ କଂଗ୍ରେସ ପ୍ରାର୍ଥୀ ଶର୍ମିଷ୍ଠା ଦାସଙ୍କ ଠାରୁ ୫୪୫ ଖଣ୍ଡ ଭୋଟରେ ଆଗୁଆ ।ସେହିଭଳି କୁଜଙ୍ଗ ବ୍ଲକ ଜିଲ୍ଲା ପରିଷଦ ଜୋନ-୧ରୁ ବିଜେପି ପ୍ରାର୍ଥୀ ଦୀପ୍ତିମୟୀ ବସ୍ତିଆ ନିକଟତମ ପ୍ରତିଦ୍ବନ୍ଦୀ ପ୍ରାର୍ଥୀ ବିଜେଡି ପ୍ରାର୍ଥୀ ପ୍ରମୋଦ ଚରଣ ସ୍ବାଇଁ ଠାରୁ ୨୨ ଖଣ୍ଡ ଭୋଟରେ ଆଗୁଆ । ଜଗତସିଂହପୁର ବ୍ଲକ ଜିଲ୍ଲା ପରିଷଦ ଜୋନ-୧ରୁ ବିଜେଡ଼ି ପ୍ରାର୍ଥୀ ଚିତ୍ତ ରଞ୍ଜନ ରାଉଳ ନିକଟତମ ପ୍ରତିଦ୍ବନ୍ଦୀ କଂଗ୍ରେସର ବିଭୁତି ଭୂଷଣ ସାହୁଙ୍କ ଠାରୁ ୧୨୭୮ ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି । ସେହିଭଳି ଆଳିରେ ୧୧୨୨, କେନ୍ଦ୍ରାପଡାରେ ୧୦୬୯, ଗରଦପୁରରେ ୭୪, ଡେରାବିଶରେ ୫୫୮, ପଟ୍ଟାମୁଣ୍ଡାଇରେ ୭୫୦, ମହାକାଳପଡାରେ ୭୪୦, ମାର୍ଶାଘାଇରେ ୧୪୯, ରାଜକନିକାରେ ୨୨୧ ଓ ରାଜନଗରରେ ୨୭୦ ଖଣ୍ଡ ଭୋଟରେ ବିଜେଡି ପ୍ରାର୍ଥୀ ଆଗୁଆ ରହିଛନ୍ତି । ଗରଦପୁର ବ୍ଲକର ଜିଲ୍ଲା ପରିଷଦ ଜୋନ୍ ବିଜେଡି ପ୍ରାର୍ଥୀ ବିଜେପି ଠାରୁ ଖଣ୍ଡେ ଭୋଟରେ ଆଗୁଆ ଅଛନ୍ତି | ରାଜନଗର, ରାଜକନିକା ଓ ଆଳିରେ କଂଗ୍ରେସ ଦ୍ବିତୀୟରେ ଥିବାବେଳେ , କେନ୍ଦ୍ରାପଡା, ଡେରାବିଶ, ପଟ୍ଟାମୁଣ୍ଡାଇ, ମହାକାଳପଡା ଓ ମାର୍ଶାଘାଇ ବ୍ଲକରେ ବିଜେପି ସହିତ ଲଢେଇ କରୁଛି ବିଜେଡି ।