ଏବେ ଏବେ ପାକିସ୍ତାନ ଗସ୍ତକୁ ବାତିଲ କରିଥିଲା ନ୍ୟୁଜଲ୍ୟାଣ୍ଡ । ସିକ୍ୟୁରିଟି କୁ କାରଣ ଦର୍ଶାଇ ବାତିଲ କରିଥିଲା କ୍ରିକେଟ ସିରିଜ।
ଉକ୍ତ ଘଟଣା ରେ ଏକ ରୋଚକ ମୋଡ଼ ଆସିଛି। ପାକିସ୍ତାନ ପ୍ରେସ ମିଟ ଜରିଆରେ ମିଥ୍ୟା ତଥ୍ୟ ଦେଇ ବିଶ୍ୱ କ୍ରିକେଟ ସମ୍ପ୍ରଦାୟଙ୍କ ଆଖିରେ ଧୂଳି ଦେଇଛି।
କୌଣସି ଆଧାର ନଥାଇ ଭାରତକୁ ଆଙ୍ଗୁଳି ଦର୍ଶାଇଛି ପାକିସ୍ତାନ। ଦେଖନ୍ତୁ ପାକିସ୍ତାନର ଏହି ପ୍ରେସ ମିଟର ଝଲକ
ପାକିସ୍ତାନ ଫେଡେରାଲ ସୂଚନାମନ୍ତ୍ରୀ ଚୌଧୁରୀ ଫୱାଦ କହିଛନ୍ତି ୧୯ ଅଗଷ୍ଟ ୨୦୨୧ ଏକ ଫେକ ଫେସବୁକ ପୋଷ୍ଟ ଏସନୁଲ୍ଲା ଏହାସନ ନାମରେ। ସେଥିରେ ନ୍ୟୁଜଲ୍ୟାଣ୍ଡ ସରକାର ଓ କ୍ରିକେଟ ବୋର୍ଡ କୁ ପାକିସ୍ତାନର ଆଭ୍ୟନ୍ତରୀଣ ପରିସ୍ଥିତି ଠିକ ନଥିବା ସମ୍ବନ୍ଧରେ ଉଲ୍ଲେଖ କରାଯାଇଥିଲା। ବିଶ୍ୱର ବଡ଼ ଆତଙ୍କବାଦୀ ସଂଗଠନ IS ପାକିସ୍ତାନରେ ବଡ଼ ଧମାକା ପାଇଁ ଯୋଜନା କରିଛି ଏବଂ ଏହା କ୍ରିକେଟ ଟିମ କୁ ଟାର୍ଗେଟ କରିପାରେ। ୨୪ ଅଗଷ୍ଟ ରେ ଗୁପ୍ତିଲଙ୍କୁ ମଧ୍ୟ ଏକ ଧମକ ଭରା ଇ-ମେଲ ଯାଇଛି। ସେପ୍ଟେମ୍ବର ୧୭ ସକାଳେ ପାକିସ୍ତାନରେ ନ୍ୟୁଜଲାଣ୍ଡ ଟୁର୍ ବାତିଲ ଘୋଷଣା କରିଥିଲା।
ପାକିସ୍ତାନ କହିଛି ଯେ ଏହି ଇ ମେଲ ଭାରତରୁ ଭି ପି ଏନ ମାଧ୍ୟମରେ ଲୋକେସନ ବଦଳାଇ ସିଙ୍ଗାପୁର କରି ପଠା ଯାଇଥିଲା ଏବଂ ଏହି କମ୍ପୁଟରରେ ଆଉ ୧୩ ଟି ହିନ୍ଦୀ ନାମିତ ଇମେଲ ଆଇଡ଼ି ଅଛି।
ପାକିସ୍ତାନ ଆହୁରି କହିଛି ଏ ସବୁ ବମ୍ବେ ସ୍ଥିତ ଜନୈକ ଓମ ପ୍ରକାଶ ମିଶ୍ର କରିଛନ୍ତି। ଫେକ ଆଇଡି ହମଜା ଆଫ୍ରିଦି ନାମରେ ବମ୍ବେରୁ ଏହି ମେଲ ପଠା ଯାଇଛି ବୋଲି।
ଏହି ପରି ଏକ ମନ ଗଢ଼ା କାହାଣୀ କହିଥିବାରୁ ଏବଂ ଭାରତ ଉପରେ ମିଥ୍ୟା ଆରୋପ କରିଥିବାରୁ ପାକିସ୍ତାନ୍ କୁ ଓ ଫୱାଦ ଚୌଧୁରୀକୁ ସୋସିଆଲ ମିଡିଆରେ ଟ୍ରୋଲ କରା ଯାଉଛି