ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କୁ ଝଟକା । ଇମରାନଙ୍କ ଶେଷ ଆଶାବି ମଉଳି ଗଲାଣି | ଇମରାନ ଖାନ ସରକାରଙ୍କ ଗାଦିଚ୍ୟୁତ ହେବା ଟା ଏକପ୍ରକାର ନିଶ୍ଚିତ ହୋଇଗଲାଣି | ଖଣ୍ଡାଧାରରେ ଝୁଲୁଛି ତାଙ୍କ ପ୍ରଧାନମନ୍ତ୍ରୀ ଚୌକି। ଗାଦି ବଞ୍ଚାଇବା ପାଇଁ ସମସ୍ତ ପ୍ରୟାସ ମାରିଛି ଫେଲ | ଇମ୍ରାନ ଖାନଙ୍କ ନେତୃତ୍ୱାଧୀନ ପାକିସ୍ତାନ ସରକାରଙ୍କ ମୁଖ୍ୟ ମିଳିତ ସହଯୋଗୀ ବି ଦେଇଛନ୍ତି ଧୋକା | ମୁତ୍ତାହିଦ୍ଦା କ୍ୱାମି ମୁଭମେଣ୍ଟ-ପାକିସ୍ତାନ ଇମ୍ରାନଙ୍କଠାରୁ ସମର୍ଥନ ପ୍ରତ୍ୟାହାର କରି ବିରୋଧୀ ଦଳ ପାକିସ୍ତାନ ପିପୁଲ୍ସ ପାର୍ଟି ସହିତ ହାତ ମିଳାଇଛି ।
ଫଳରେ ପାକିସ୍ତାନ ସଂସଦର ନିମ୍ନ ଗୃହରେ ଇମ୍ରାନ ସରକାର ବହୁମତ ହରାଇଛନ୍ତି। ପାକିସ୍ତାନର ବିରୋଧୀ ଦଳ ଏବେ ୧୭୫ ବିଶିଷ୍ଟ ମ୍ୟାଜିକ୍ ନମ୍ବର ହାସଲ କରି ବୃହତ୍ତ ଦଳ ଭାବେ ଉଭା ହୋଇଛି। ପିପିପି ସଭାପତି ବିଲାୱାଲ ଭୁଟ୍ଟୋ ଜାରଦାରୀଙ୍କ ଘୋଷଣାକୁ ନେଇ ଇମ୍ରାନ ଖାନ ଏବଂ ତାଙ୍କ ପ୍ରଶଂସକଙ୍କ ହୋସ ଉଡିଯାଇଛି | ବିଲାୱାଲ ସ୍ପଷ୍ଟ କରିଛନ୍ତି ଯେ, ପାକିସ୍ତାନର ମେଣ୍ଟ ବିରୋଧି ଦଳ ସହ ଇମ୍ରାନଙ୍କ ସହଯୋଗୀ ଦଳ ଏମକ୍ୟୁଏମପି ସହ ଖୁବଶୀଘ୍ର ମେଣ୍ଟ କରିବାକୁ ଯାଉଛନ୍ତି । ରାବାତା କମିଟି ଖୁବ୍ ଶୀଘ୍ର ଏମକ୍ୟୁଏମପି ଏବଂ ପିପିପି ମଧ୍ୟରେ ହୋଇଥିବା ଚୁକ୍ତିନାମା ଉପରେ ଅନୁଧ୍ୟାନ କରିବେ | ଖୁବ ଶୀଘ୍ର ଆଗାମୀ ପଦକ୍ଷେପ ନେଇ ବିରୋଧୀ ଦଳ ପକ୍ଷରୁ ସାମ୍ବାଦିକ ସମ୍ମିଳୀନ କରି ପ୍ରକାଶ କରାଯିବ ବୋଲି ସେ କହିଛନ୍ତି |