ଯୁଦ୍ଧର ନକାରାତ୍ମକ ଦିଗ ସମ୍ପର୍କରେ ସୂଚନା ଦେଲେ ପଦ୍ମଶ୍ରୀ ବାବା ବଳିଆ | ଭାରତ ଚାହିଁଲେ ବିଶ୍ବର ସବୁ ଶକ୍ତିଶାଳୀ ଦେଶକୁ ଏକଜୁଟ କରି ଯୁଦ୍ଧ ବନ୍ଦ କରିପାରିବ ବୋଲି କହିଛନ୍ତି ବାବା ବଳିଆ । ଋଷ – ୟୁକ୍ରେନ ଯୁଦ୍ଧ ତୃତୀୟ ବିଶ୍ବଯୁଦ୍ଧ ଆଡକୁ ମୁହାଉଁଛି | ବିଶ୍ୱରେ ତୃତୀୟ ବିଶ୍ବଯୁଦ୍ଧ ହେଲେ ସମଗ୍ର ବିଶ୍ୱର ହାନୀ ଘଟିବ ବୋଲି କେନ୍ଦ୍ରାପଡ଼ାର ଗୋପ ସ୍ଥିତ ରାମ ମନ୍ଦିରରେ ଉପସ୍ଥିତ ରହି ନିଜ ପ୍ରତିକ୍ରିୟାରେ କହିଛନ୍ତି ବାବା ବଳିଆ |
ତେଣୁ ଏହି ଯୁଦ୍ଧ ବନ୍ଦ କରିବାକୁ ସେ ବାରମ୍ବାର ଜାତିସଂଘ ନିକଟରେ ଅପିଲ କରିଛନ୍ତି | ଏପରିକି ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟଙ୍କୁ ପତ୍ର ଲେଖିଥିବା ସେ କହିଛନ୍ତି । ନିଶାଠାରୁ ଦୂରରେ ରହିବାକୁ ଆଜିର ଯୁବ ସମାଜକୁ ପଦ୍ମଶ୍ରୀ ବାବା ବଳିଆ ନିବେଦନ କରିଛନ୍ତି | ଗଣତାନ୍ତ୍ରିକ ଉପାୟରେ ନିଜ ନିଜର ଲୋକ ପ୍ରତିନିଧିମାନଙ୍କୁ ଚୟନ କରିପାରିଲେ ଦେଶରେ ଏକ ସୁସ୍ଥ ଗଣତନ୍ତ୍ର ଗଠନ ହୋଇପାରିବ । ଏହାଛଡା ପରିବେଶକୁ ସୁସ୍ଥ ରଖିବା, ବୃକ୍ଷରୋପଣ କରିବା, ଜଙ୍ଗଲର ସୁରକ୍ଷା କରିବା, ପଶୁପକ୍ଷୀ ଓ ଜୀବଜନ୍ତୁଙ୍କର ସୁରକ୍ଷା କରିବା, ଅନ୍ଧବିଶ୍ୱାସ ଦୂର କରି ସୁସ୍ଥ ସମାଜ ଗଠନ କରିବାକୁ ପଦ୍ମଶ୍ରୀ ବାବା ବଳିଆ ସମାଜକୁ ଉପଦେଶ ଦେଇଛନ୍ତି ।