ପଦ୍ମଶ୍ରୀ ନନ୍ଦକିଶ୍ୱର ପୃଷ୍ଟିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର , କଳିଙ୍ଗନଗର ସ୍ଥିତ ଟାଟା କୋଭିଡ ହସ୍ପିଟାଲ ଭୁବନେଶ୍ୱର ସ୍ଥିତ ଘରୋଇ ହସ୍ପିଟାଲ ସ୍ଥାନାନ୍ତର ।
କରନା ଆକ୍ରାନ୍ତହୋଇ କଳିଙ୍ଗନଗର ସ୍ଥିତ ଟାଟା କୋଭିଡ ହସ୍ପିଟାଲରେ ଚିକିତ୍ସା ହେଉଥିବା ପଦ୍ମଶ୍ରୀ ନନ୍ଦ ସାରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଶନିବାର ଷଷ୍ଠ ଦିନରେ ଅଧିକ ଗୁରୁତର ହୋଇ ଯାଇଥିବାବେଳେ ନନ୍ଦ ସାର ଏବେ ଖାଦ୍ୟ ଗ୍ରହଣ କରୁନଥିବାରୁ ତାଙ୍କୁ ନାକ ବାଟରେ ଖାଦ୍ୟ ନଳୀ ସାହାଯ୍ୟରେ ତରଳ ଖାଦ୍ୟ ଦିଆଯାଉଥିବା ଥିବା ଟାଟା କୋଭିଡ ହସ୍ପିଟାଲର ଅଧକ୍ଷ ସୁଧାଂଶୁ ଶେଖର ସୁତାରଙ୍କ ଠାରୁ ସୂଚନା ମିଳିଥିବା ବେଳେ ଆଜି ପଦ୍ମଶ୍ରୀ ନନ୍ଦ ସାରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅପରାହ୍ନ ସମୟରେ ଅଧିକ ଗୁରୁତର ହୋଇଯିବାରୁ ପଦ୍ମଶ୍ରୀ ନନ୍ଦ ସାରଙ୍କ ପରିବାର ବର୍ଗଙ୍କ ଉପସ୍ଥିତରେ ଜିଲ୍ଲା ପ୍ରଶାସନ ସହାୟତାରେ ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସ ସହାୟତାରେ ପଦ୍ମଶ୍ରୀ ନନ୍ଦ ସାରଙ୍କୁ ଶନିବାର ସନ୍ଧ୍ୟା 6 ଘଟିକା ସମୟରେ କଳିଙ୍ଗନଗର ସ୍ଥିତ ଟାଟା କୋଭିଡ ହସ୍ପିଟାଲରୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ଦେଖିବାକୁ ମିଳିଛି