ସାଧାରଣତଃ ଆମ ମାନଙ୍କୁ ମଶାଣି କୁ ଯିବାକୁ ମନରେ ଟିକେ ଭୟ ଆସି ଥାଏ । ମାତ୍ର ଏମିତି ବି ଲୋକ ଅଛନ୍ତି ମଶାଣିକୁ ପୁଣ୍ୟଭୂମି ଭାବି ଅବସର ସମୟରେ ସେଠାରେ ସମୟ କାଟି ଥାନ୍ତି । ଆଉ ଶବ ଆସିଲେ ଲାଗି ପଡ଼ନ୍ତି ଦାହ ପାଇଁ । ପରିଚିତ ହୁଅନ୍ତୁ ବା ଅପରିଚିତ ସମସ୍ତଙ୍କ ପାଇ ସେ ଦେବଦୂତ । କିଏ କୁହନ୍ତି ମଶାଣି ବନ୍ଧୁ ଆଉ କିଏ କହେ ହରିଚନ୍ଦ୍ର । ଏଭଳି ଜଣେ ବ୍ୟକ୍ତି ହେଉଛନ୍ତି ସାଲେପୁର ବ୍ଲକ୍ ପିକୋଳ ପଞ୍ଚାୟତ ସାଇଗୋଡା ଗ୍ରାମର ପଦ୍ମନାଭ ସାହୁ । ଦେଖନ୍ତୁ ଏ ଦୃଶ୍ୟ । ଏହି ସ୍ଥାନ ଟି ହେଉଛି ସାଇଗଡା ଗ୍ରାମ ର ଗାଁ ସ୍ମଶାନ ସଫାସୁତର ସହ ଫୁଲ ବଗିଚା ଆଉ ଏହି ଶବଦାହ ଘର ଟିକୁ ମଧ୍ୟ ଟିକେ ନଜର କରନ୍ତୁ । ପ୍ରବେଶ ପଥରେ ଦୀପ ଟିଏ ମଧ୍ୟ ଜଳୁଛି ।ଆଜକୁ ତିରିଶ ବର୍ଷ ଧରି ଏହି ସ୍ମଶାନ କୁ ସାଥୀ ଭାବି ଏହି ଠାରେ ସମୟ କାଟନ୍ତି ପଦ୍ମନାଭ । ରାଜମିସ୍ତ୍ରୀ ଭାବେ କାର୍ଯ୍ୟ କରି ପରିବାର ପ୍ରତି ପୋଷଣ କାରିଥାନ୍ତି । କର୍ମ ମୟ ଜୀବନ ପରେ ମଶାଣି ରେ ତାଙ୍କର ଅବଶିଷ୍ଟ ସମୟ କଟିବା ସହ ଶବଦାହ ରେ ସମସ୍ତଙ୍କୁ ସହଯୋଗ କାରିଥାନ୍ତି । ଏପରିକି ନିଜେ ଗଛରୁ କାଠ ହାଣି ଶବ ଦାହ ପାଇଁ ସାହାଯ୍ୟ କାରୀ ଥାନ୍ତି ପଚାରିଲେ କୁହନ୍ତି ୧୯୯୨ ମସିହାରେ ନିଜର ଜଣେ ଅନ୍ତରଙ୍ଗ ସାଙ୍ଗ ପ୍ରତାପ କୁମାର ସିଂଙ୍କ ଅକାଳ ବିୟୋଗ ପରେ ତାଙ୍କରି ସ୍ମୁତି ରେ ଏହି ମଶାଣି କୁ ସାଥୀ କରିଛନ୍ତି ଏହି ଠାରେ ପୁର୍ବପୁରୁଷ ମାନେ ମଧ୍ୟ ଅଛନ୍ତି ତେଣୁ ଏହାକୁ ପୁଣ୍ୟଭୂମି ବୋଲି ଭାବି ନେଇଛନ୍ତି । ଏମିତିକି ଅଧିକାଂଶ ସମୟ ରେ ଏହି ଠାରେ ଖାଇ ଶୋଇ ପଡ଼ନ୍ତି । ଏହି ସ୍ମଶାନର ପରିବେଶ କୁ ସର୍ବଦା ସୁନ୍ଦର ରଖିଥିବା କଥା କୁହନ୍ତି ବାଟରେ ଯେଉଁ ଥିବା ବ୍ୟକ୍ତି ମାନେ ପଦ୍ମନାଭ ଆଜି ପର୍ଯ୍ୟନ୍ତ ହଜାରେ ରୁ ଉର୍ଦ୍ଵ ଶବଦାହ କାରୀ ଥିବା ବେଳେ କରନା ର ଘଡି ସନ୍ଧି ମୁହୂର୍ତ୍ତରେ ବାପ ର ଶବ ଯେତେବେଳେ ପୁଅ ଛୁଇ ବାକୁ ଭୟ କରୁ ଥିଲା । ସେତେ ବେଳେ ବିନା ସଂକୋଚ ରେ ଶବଦାହ କରିଥିଲେ ଏଥିସହ ସବ ଦାହ ଘରକୁ ସଜାଇବା ସହ ଚତୃ ପାର୍ଶ୍ଵ ବଗିଚା ସୃଷ୍ଟି କରି ଛନ୍ତି ରାତି ପାହିଲେ ଲୋକେ ମନ୍ଦିର କୁ ଜଉ ଥିବା ବେଳେ ପଦ୍ମନାଭ କିନ୍ତୁ ମଶାଣି କୁ ଯାନ୍ତି । ତାଙ୍କର ଏଭଳି ଚିନ୍ତା ଧରା ଓ କାର୍ଯ୍ୟ ଶୈଳୀ କୁ ନେଇ ସଧାରଣ ରେ ଚର୍ଚ୍ଚା ହେଉଛି ।
#NNSODIA