ରାଜଧାନୀରେ ଚାଞ୍ଚଲ୍ୟ । ଫ୍ୟାନରେ ଲୁଗା ଲଗାଇ ଝୁଲି ପଡିଲେ ମହିଳା ସହକାରୀ ପ୍ରଫେସର । ଓୟୁଏଟି ସହକାରୀ ପ୍ରଫେସର ବାସନ୍ତୀ ଜେନା କରିଛନ୍ତି ଆତ୍ମହତ୍ୟା । ଭେଟେରେନାରୀ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ବାସନ୍ତୀ କେଉଁ କାରଣରୁ ଆତ୍ମହତ୍ୟା କରିଛନ୍ତି ତାହା ଜଣାପଡିନାହିଁ । ତେବେ ପାରିବାରିକ ଅଶାନ୍ତି କାରଣରୁ ସେ ଏଭଳି ଚରମ ନିଷ୍ପତି ନେଇଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି । ମୃତକ ସହକାରୀ ପ୍ରଫେସର ହେଉଛନ୍ତି ଦେବୀପ୍ରସନ୍ନ ଦାସଙ୍କ ପତ୍ନୀ ବାସନ୍ତୀ ଜେନା । ତେବେ ଉଭୟ ପତିପତ୍ନୀ ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟରେ ସହକାରୀ ପ୍ରଫେସର ଅଛନ୍ତି | ଦୁହେଁ ପ୍ରେମ ବିବାହ କରିଥିଲେ । ସେମାନେ ବିଶ୍ୱବିଦ୍ୟାଳୟର କ୍ୱାର୍ଟର୍ସରେ ରୁହନ୍ତି । ସ୍ୱାମୀ ଦେବୀପ୍ରଶନ୍ନ ଦାସଙ୍କ ପରକୀୟା ପ୍ରିତି ଥିବା ମୃତ ବାସନ୍ତୀଙ୍କ ଭାଇ ଓ ବାପା ଥାନାରେ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ମୃତ ମହିଳାଙ୍କ ସ୍ୱାମୀ କହିଛନ୍ତି, ମୋ ନାଁରେ ଆସୁଥିବା ଅଭିଯୋଗ ସମ୍ପୁର୍ଣ୍ଣ ମିଛ । ମୋର କୌଣସି ଅନୈତିକ ସମ୍ପର୍କ ନାହିଁ, ୬ ବର୍ଷର ଅପରିପକ୍ୱ ପୁଅକୁ ନେଇ ସେ କିଛିଦିନ ହେବ ମାନସିକ ଚାପରେ ରହୁଥିଲେ ବୋଲି କହିଛନ୍ତି ଦେବୀପ୍ରସନ୍ନ । ଏହି ଘଟଣା ପରେ ଖଣ୍ଡଗିରି ପୋଲିସ ମୃତଦେହକୁ ଉଦ୍ଧାର କରି ତଦନ୍ତ କରୁଛି ।