ଭୁବନେଶ୍ୱର(ଏନଏନଏସ୍): ଶିକ୍ଷା ନିଯୁକ୍ତି କ୍ଷେତ୍ରରେ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି । ଏଣିକି ଥରେ ଓଡ଼ିଶା ଟିଚର ଏଲିଜିବିଲିଟି ଟେଷ୍ଟରେ ଉତ୍ତୀର୍ଣ୍ଣ ହେଲେ ଆଉ ଦେବାକୁ ପଡିବନି ପରୀକ୍ଷା । ଏନେଇ ଟ୍ୱିଟ୍ କରି ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟ ପକ୍ଷରୁ ସୂଚନା ଜାରି କରାଯାଇଛି । ପୂର୍ବରୁ ୭ ବର୍ଷ ଯାଏ ଓଟିଇଟି ପାସ୍ର ବୈଧତା ରହୁଥିଲା କିନ୍ତୁ ଏଥିରେ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର। ସରକାରଙ୍କ ଏହ ନିଷ୍ପତ୍ତି ପରେ ଛାତ୍ରଛାତ୍ରୀଙ୍କ ମନରେ ଖୁସି ଦେଖିବାକୁ ମିଳିଛି ।