ଏନଏନଏସ୍: ଭାଇରାଲ ହେଉଛି ଓଟିଇଟି ପ୍ରଶ୍ନପତ୍ର । ଆସନ୍ତକାଲି ପରୀକ୍ଷା, ଆଜି ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ହାତଲେଖା ଓଟିଇଟି ପ୍ରଶ୍ନପତ୍ର । ହାତଲେଖାର ଏହି ପ୍ରଶ୍ନପତ୍ର, ଶିକ୍ଷକ ନିଯୁକ୍ତି ପାଇଁ ଥିବା ଓଡ଼ିଶା ଟିଚର ଏଲିଜିବିଲିଟି ଟେଷ୍ଟର ପ୍ରଶ୍ନପତ୍ର ବୋଲି କିଛି ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି। ଓଟିଇଟି ପରୀକ୍ଷାରେ ଏହିସବୁ ପ୍ରଶ୍ନପତ୍ର ପଡିବ ବୋଲି କହି ହଜାର ହଜାର ଟଙ୍କାରେ ଏହି ପ୍ରଶ୍ନପତ୍ର ବିକ୍ରି କରାଯାଉଛି । ଯାହା ସୋସିଆଲ ମିଡିଆରେ ଏବେ ଘୁରି ବୁଲୁଛି ।
ଓଟିଇଟି ପେପର-୧ ୨୦୨୩ର ଲେଖାଥିବା ସାତ ପୃଷ୍ଠାର ପ୍ରଶ୍ନପତ୍ର ଏବେ ହ୍ୱାଟସପକୁ ହ୍ୱାଟସପ୍ ଘୁରି ବୁଲୁଛି । ବାସ୍ତବରେ ଏହା ସତରେ ଓଟିଇଟି ପ୍ରଶ୍ନପତ୍ରର ହାତଲେଖା ନା ନାହିଁ ତାକୁ ନେଇ ଏବେ ଦ୍ୱନ୍ଦ୍ୱ ଲାଗି ରହିଛି । ଏନେଇ ଶିକ୍ଷା ବିଭାଗ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଦିଆଯାଇନାହିଁ । ତେବେ ଆସନ୍ତକାଲି ପ୍ରଶ୍ନପତ୍ର ଆସିବା ପରେ ବାସ୍ତବରେ ଏହା ପଛରେ କଣ ସତ୍ୟତା ଅଛି ତାହା ଜଣାପଡିବ ବୋଲି କୁହାଯାଉଛି ।