ପୁଣିଥରେ ବିଫଳ ହୋଇଛି ପାକିସ୍ତାନର ଆଉ ଏକ ଚାଲ । ଗତ ସେପ୍ଟେମ୍ବର ୧୮ ତାରିଖରେ ଭାରତୀୟ ସେନା ପକ୍ଷରୁ ଜାମ୍ମୁ କାଶ୍ମୀରରେ ଆରମ୍ଭ ହୋଇଥିଲା ଅପରେସନ୍ ଉରି । ପାକିସ୍ତାନ ବିପକ୍ଷରେ ଭାରତୀୟ ସେନାର ଏହି ଅପରେସନରେ ଅନେକ ଆତଙ୍କବାଦୀ ନିହତ ସେନା ପକ୍ଷରୁ ସୂଚନା ଦିଆ ଯାଇଛି । ବର୍ତ୍ତମାନର ମୁଖ୍ୟ ଖବର ଅନୁଯାୟୀ ୧୮ ସେପ୍ଟେମ୍ବରରୁ ଆରମ୍ଭ ହୋଇଥିବା ଅପରେସନ୍ ଉରି ଅଧୀନରେ ୨୬ ସେପ୍ଟେମ୍ବରରେ ଦିନ ଜଣେ ଆତଙ୍କବାଦୀ ଧରାପଡିଥିବା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ମେଜର ଜେନେରାଲ ବିରେନ୍ଦ୍ର ଭାଟସ । ବିରେନ୍ଦ୍ର ଭାଟସ ଙ୍କ ସୂଚନା ଅନୁଯାୟୀ ଗିରଫ ଆତଙ୍କବାଦୀର ନାମ ଅଲି ବାବର। ଯିଏକି ପାକିସ୍ତାନର ପଞ୍ଜାବର ଓକାରା ଜିଲ୍ଲାର। ଏହା ବ୍ୟତୀତ ଏହି ଅପରେସନରେ ୭ ଦିନ ମଧ୍ୟରେ ୭ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ଏବଂ ଆତଙ୍କବାଦୀ ମାନଙ୍କ ନିକଟରୁ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରାଯାଇଛି। ତେବେ ସେନା କହିଛି ଯେ ବନ୍ଦୀ ହୋଇଥିବା ଆତଙ୍କବାଦୀ ଜଣେ ଲଶ୍କର ସଦସ୍ୟ ବୋଲି ନିଜେ ସ୍ୱୀକାର କରିଛନ୍ତି ଏବଂ ସେମାନଙ୍କୁ ପାକିସ୍ତାନର ମୁଜାଫରବାଦରେ ଆତଙ୍କବାଦ କାର୍ଯ୍ୟ କଳାପ ପାଇଁ ତାଲିମ ଦିଆଯାଇଥିଲା। ଭାରତୀୟ ସେନାର ସୂଚନା ଅନୁଯାୟୀ LOC ଆର୍ମି ପେଟ୍ରୋଲିଂ ଦ୍ୱାରା ଅନୁପ୍ରବେଶ କାର୍ଯ୍ୟ କଳାପ ଚିହ୍ନଟ ହେବାପରେ ସେନା ପକ୍ଷରୁ ଏହି ଅପରେସନ ଉରୀ କରାଯାଇଥିଲା ।
#IndianArmy #pakistan #NNSODIA