ରାଜ୍ୟବାସୀଙ୍କର ଚିନ୍ତା ବଢ଼ାଇଛି ଓମିକ୍ରନ୍ । ରାଜ୍ୟରେ ଆଉ ୬୭ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଓମିକ୍ରନ୍ ଚିହ୍ନଟ ନେଇ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଲାଇଫ ସାଇନ୍ସ ପକ୍ଷରୁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ସୂଚନା ଦିଆଯାଇଛି । ଓଡ଼ିଶାରେ ମୋଟ ଓମିକ୍ରନ୍ ସଂକ୍ରମିତ ସଂଖ୍ୟା ୧୭୦କୁ ବୃଦ୍ଧି ପାଇଛି । ପୂର୍ବରୁ ରାଜ୍ୟରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ୧୦୩ ଥିଲା। ଆଇଏଲ୍ଏସ୍ ପକ୍ଷରୁ କୁହାଯାଇଛି ଯେ ୨୬୩ ଜଣଙ୍କର ନମୁନା ଜିନୋମ ସ୍ବିକେନ୍ସିଂ ପାଇଁ ପଠାଯାଇଥିଲା। ଏଥିରୁ ୬୭ ଜଣଙ୍କର ରିପୋର୍ଟରେ ଓମିକ୍ରନ୍ ସଂକ୍ରମଣ ଚିହ୍ନଟ ହୋଇଛି। ନୂଆ ଓମିକ୍ରନ୍ ଚିହ୍ନଟ ୬୭ ଜଣ ବ୍ୟକ୍ତି ସ୍ଥାନୀୟ ସଂକ୍ରମଣରୁ ଆକ୍ରାନ୍ତ ହୋଇଛନ୍ତି। ଆଜି ରାଜ୍ୟରେ ୮୭୭୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୫୦୯୬ ଓ ସ୍ଥାନୀୟ ଅଞ୍ଚଳରୁ ୩୬୮୨ ଜଣ ଚିହ୍ନଟ ହୋଇଛନ୍ତି । ଏଥିସହ ୭୯୨ ଜଣ ୧୮ ବର୍ଷରୁ କମ ବୟସର ପିଲା ସଂକ୍ରମିତ ହୋଇଛନ୍ତି । ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୬୧୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।