‘ଓମିକ୍ରନ’ରୁ ସୁରକ୍ଷା ଦେବ ଟିକା : ଯଥାଶୀଘ୍ର ଟିକା ନେବାକୁ ଅନୁରୋଧ କଲା ସ୍ୱାସ୍ଥ୍ୟ ବିଭାଗ l ଓମିକ୍ରୋନରୁ ସୁରକ୍ଷା ଦେବ ଟିକା । ସମସ୍ତେ ଯଥାଶୀଘ୍ର ଟିକା ନେବାକୁ ଅନୁରୋଧ କଲା ସ୍ୱାସ୍ଥ୍ୟ ବିଭାଗ । ୧୦୦ ପ୍ରତିଶତ ନ ହେଲେ ବି କ୍ରସ ପ୍ରୋଟେଟକ୍ସନ ଦେବ ଟୀକା । ଟୀକା ନେଲେ ଗୁରୁତର ହେବା, ହସ୍ପିଟାଲାଇଜ୍ ହେବା, ଏବଂ ମୃତ୍ୟୁମୁଖରେ ପଡିବାର ଆଶଙ୍କା କମ୍ ରହିଥିବା ନେଇ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ଲୋକଙ୍କୁ ଟିକା ନେବା ପାଇଁ ପ୍ରୋତ୍ସାହିତ କରିବାକୁ ପ୍ରତି ଗାଁରେ ଥିବା ସାମାଜିକ କର୍ମୀଙ୍କୁ ଅନୁରୋଧ କରିଛି ସ୍ୱାସ୍ଥ୍ୟ ବିଭାଗ । ଅନ୍ୟ ରାଜ୍ୟରେ ଓମିକ୍ରନ ଚିହ୍ନଟ ହେବା ସହ ସଂକ୍ରମଣ ବଢୁଛି । ତେଣୁ ଯଥାଶ୍ରୀଘ ଟିକା ନେବାକୁ ପଡିବ । ସମସ୍ତ ଜିଲ୍ଲାରେ ଏନେଇ ଟାସ୍କ ଫୋର୍ସ ଗଠନ ହୋଇଛି । କେଉଁ ବ୍ଲକରେ ଲୋକେ ଟିକା ନେଇନାହାନ୍ତି ସେନେଇ ଅନୁଧ୍ୟାନ କରିବ ଟାସ୍କ ଫୋର୍ସ । ସିଡିଏମଓଙ୍କୁ ମଧ୍ୟ ଗାଁ ଗୁଡିକରେ ଟିକା ନେଇନଥିବା ଲୋକଙ୍କୁ ଚିହ୍ନଟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।