ସୋସିଆଲ ମିଡିଆରେ ପୋଷ୍ଟ କରି ବିବାଦରେ ଦୂତି | ରାଜ୍ୟ ସରକାରଙ୍କୁ ସମାଲୋଚନା କରି ଅଡୁଆରେ ପଡିଯାଇଛନ୍ତି ଆଥଲେଟ୍ ଦୂତି ଚାନ୍ଦ । ଦୂତିଙ୍କ ଏଭଳି ମନ୍ତବ୍ୟକୁ ଜଣେ କ୍ରୀଡ଼ାବିତ ଭାବେ ନିନ୍ଦା କରିଛନ୍ତି ହକି ତାରକା ଦିଲ୍ଲୀପ ତିର୍କୀ | ହକି ହେଉ କିମ୍ବା ଅନ୍ୟ ସବୁ କ୍ରୀଡା | ସମସ୍ତ ଖେଳ ଉପରେ ଗୁରୁତ୍ୱ ଦେଇଆସୁଛନ୍ତି ଓଡିଶା ସରକାର ବୋଲି କହିଛନ୍ତି ଓଡ଼ିଶା ହକି ଫେଡେରସନ୍ କାଉନସିଲ ଚେୟାରମ୍ୟାନ ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ । ନିଜେ ଜଣେ ଖେଳାଳି ହୋଇ ଅନ୍ୟ ଖେଳାଳିଙ୍କୁ ସମ୍ମାନ ଦେବା ଉଚିତ୍ ବୋଲି ଟୁଇଟରରେ ପୋଷ୍ଟ କରି କହିଛନ୍ତି ଦିଲ୍ଲୀପ |
ଗତକାଲି ସୋସିଆଲ ମିଡିଆରେ ଦୂତୀଙ୍କ ଏକ ପୋଷ୍ଟ ଟ୍ରେଣ୍ଡ କରୁଥିଲା । ସେ ଲେଖିଥିଲେ “ଓଡ଼ିଶା ସରକାର ସାରା ରାଜ୍ୟରେ ଖେଳାଳିଙ୍କ ପାଇଁ ଭିତିଭୂମି ତିଆରି କରିବାରେ ବ୍ୟସ୍ତ, କିନ୍ତୁ ଏପଟେ କ୍ରୀଡ଼ାବିତମାନେ ଦିନକୁ ଦିନ ହଜିଗଲେଣି । ଖାଲି ଯାହା ଖେଳକୁ ନେଇ ଏଠି ସବୁ ଚାଲିଛି ରାଜନୀତି ’ । ନିଜ ପୋଷ୍ଟରେ ରାଜ୍ୟରେ ହକି ତୁଳନାରେ ଆଥଲେଟିକସକୁ ଅବହେଳା କରାଯାଉଥିବାର ଅଭିଯୋଗ ଆଣିଥିଲେ ଦୂତୀ । ସେ ପୋଷ୍ଟରେ ଉଲ୍ଲେଖ କରିଥିଲେ, “ହକି ଇଣ୍ଡିଆ ପାଇଁ କୋଟି କୋଟି ଟଙ୍କାର ଅର୍ଥ ଅଛି, କିନ୍ତୁ ଆଥଲେଟିକ୍ସ ପାଇଁ କିଛି ନାହିଁ’ । ତେବେ ଏହି ବିବାଦୀୟ ପୋଷ୍ଟ କରିବାର କିଛି ସମୟ ପରେ ତାକୁ ହଟାଇ ଦେଇଥିଲେ ଦୂତୀ ।