ଇଣ୍ଡୋନେସିଆର ୬୦୦ ବର୍ଷ ତଳେ ହୋଇଥିବା ଏକ ଭବଷ୍ୟବାଣୀ ଏବେ ସତରେ ପରିଣତ ହେଉଛି । ସେତେବେଳର ଜଣେ ପୂଜାରୀ ସବ୍ଦାପାଳନ କହିଥିଲେ ଦିନ ଆସିବ ଦେଶକୁ ପୁଣି ହିନ୍ଦୁ ଧର୍ମ ଫେରିଆସିବ । ଲୋକେ ଇସ୍ଲାମ୍ ଛାଡି ହିନ୍ଦୁ ଧର୍ମ ଗ୍ରହଣ କରିବେ । କଠୋରପନ୍ଥୀ ମୁସ୍ଲିମ୍ ଶାସନରେ ଅତିଷ୍ଠ ହୋଇ ଲୋକେ ଦେଶ ଛାଡି ବାହାରକୁ ଚାଲିଯିବେ । ଇଣ୍ଡୋନେସିଆରେ ସବୁବେଳେ ପ୍ରାକୃତିକ ବିପଦ ଦେଖାଦେବ । ଏହି ସବୁକଥା ଏବେ ସତରେ ପରିଣତ ହେବାରେ ଲାଗିଛିି । ସେଠାକାର ଲୋକେ ଏବେ ଇସ୍ଲାମ୍ ଛାଡି ହିନ୍ଦୁ ଧର୍ମ ଗ୍ରହଣ କରୁଥିବା ଦେଖିବାକୁ ମିଳୁଛି । ମନ୍ଦିରଗୁଡିକୁ ପୁଣିଥରେ ପୁନରୁଦ୍ଧାର କରାଯାଉଛି । ଇଣ୍ଡୋନେସିଆରେ ସବୁବେଳେ ଭୂମିକମ୍ପ ଯୋଗୁ ବହୁ ଲୋକଙ୍କ ଜୀବନହାନୀ ଘଟୁଛି । ୨୦୦୪ରେ ହୋଇଥିବା ସୁନାମୀରେ ତ ବହୁ କ୍ଷୟକ୍ଷତି ହୋଇଥିଲା । ପୂଜାରୀ ସବ୍ଦାପାଳନଙ୍କ ଏହି ଭବିଷ୍ୟବାଣୀ ହୁଏତ କିଛି ଲୋକଙ୍କୁ ଭିତ୍ତିହୀନ ଲାଗିପାରେ କିନ୍ତୁ ଏହା ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ ୧୯୭୮ ମସିହା ପରଠାରରୁ ଇଣ୍ଡୋନେସିଆରେ ବହୁତ ଜୋରଦାର ଭାବେ ମନ୍ଦିରଗୁଡିର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ଆଫଗାନିସ୍ଥାନରେ ଏବେ କଠୋରପନ୍ଥୀ ଇସଲାମିକ୍ ଶାସନରେ ଅତିଷ୍ଠ ହୋଇ ଲୋକେ ହିନ୍ଦୁ ଧର୍ମ ପ୍ରତି ଅଧିକ ଆକୃଷ୍ଟ ହେଉଛନ୍ତି । ଇଣ୍ଡୋନେସିଆର ଜାଭା ଦ୍ୱୀପରେ ରହୁଥିବା ଅଧିକାଂଶ ମୁସ୍ଲିମ୍ ହିନ୍ଦୁ ଧର୍ମ ଗ୍ରହଣ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି । ଏପରିକି ଇଣ୍ଡୋନେସିଆର ପ୍ରଥମ ରାଷ୍ଟ୍ରପତିଙ୍କ ଭଉଣୀ ସୂକ୍ଷ୍ମାବତୀ ସୁକର୍ଣ୍ଣପୁତ୍ରୀ ପ୍ରଥମେ ଇସ୍ଲାମ୍ ଛାଡି ହିନ୍ଦୁ ଧର୍ମ ଗ୍ରହଣ କରିଥିଲେ । ଇଣ୍ଡୋନେସିଆ ଏଭଳି ଏକ ମୁସଲିମ୍ ଦେଶ ଯେଉଁଠାରେ ମୁଦ୍ରାରେ ଭଗବାନ ଗଣେଶଙ୍କ ଛବି ରହିଛି । ଇଣ୍ଡୋନେସିଆରେ ବିଭିନ୍ନ ଅଞ୍ଚଳରେ ବହୁ ଆଡମ୍ବର ଭାବେ ଦୀପାବଳି ମଧ୍ୟ ପାଳନ କରାଯାଇଥାଏ ।
ଜଣାଯାଇଛି ଯେ, ଇଣ୍ଡୋନେସିଆରେ ୬୦୦ ବର୍ଷ ପୂର୍ବେ ଜଣେ ପ୍ରଜାବତ୍ସଳ ହିନ୍ଦୁ ରାଜା ଥିଲେ । ତାଙ୍କ ରାଜଦରବାରରେ ସବ୍ଦାପାଳନ ପୂଜାରୀ ଥିଲେ । ଏହି ସମୟରେ ଇଣ୍ଡୋନେସିଆରେ ଇସ୍ଲାମ୍ ଧର୍ମର ଆଗମନ ହୋଇଥିଲା । ୧୪୭୮ ମସିହାରେ ଏହି ରାଜା ହିନ୍ଦୁ ଧର୍ମ ଛାଡି ଇସ୍ଲାମ୍ ଧର୍ମ ଗ୍ରହଣ କଲେ । ରାଜାଙ୍କ ଧର୍ମ ପରିବର୍ତ୍ତନ ଘଟଣାକୁ ନେଇ ପୂଜାରୀ ଅତ୍ୟନ୍ତ ରାଗି ଯାଇ ତାଙ୍କୁ ଅଭିଶାପ ଦେଇଥିଲେ । ସେ କହିଥିଲେ ଯେ ଦିନ ଆସିବ ଦେଶକୁ ପୁଣି ହିନ୍ଦୁ ଧର୍ମ ଫେରିଆସିବ । ଲୋକେ ଇସ୍ଲାମ୍ ଛାଡି ହିନ୍ଦୁ ଧର୍ମ ଗ୍ରହଣ କରିବେ । ପୂଜାରୀଙ୍କ ଅଭିଶାପର ଫଳ ଏବେ ଭୋଗିବାକୁ ପଡ଼ୁଛି ବୋଲି ଏବେ ବି ଇଣ୍ଡୋନେସିଆବାସୀ ବିଶ୍ୱାସ କରୁଛନ୍ତି ।