ମଣିଷ ଓ ପଶୁଙ୍କ ସମ୍ପର୍କ ବହୁତ ନିବିଡ଼ | ପ୍ରାୟ ଲୋକ ଗୃହପାଳିତ ପଶୁ ପକ୍ଷୀଙ୍କୁ ବହୁତ ଭଲ ପାଇଥାନ୍ତି | ନିଜ ଘରେ ଵିଭର୍ଣ୍ଣ ନାମିଦାମୀ ପ୍ରଜାତିର ପୋଷା କୁକୁର, ବିଲେଇ, ଠେକୁଆ ଆଦି ରଖିବା ଅନେକଙ୍କ ସଉକ ଥାଏ | ସେମାନେ ତାଙ୍କୁ ବହୁତ ଭଲ ପାଇଥାନ୍ତି | ପୋଷା ଜନ୍ତୁଙ୍କୁ ନିଜ ଘରର ସଦସ୍ୟ ଭଳି ବ୍ୟବହାର କରନ୍ତି | କିନ୍ତୁ ଯେତେବେଳେ ସେମାନେ କୌଣସି କାରଣରୁ ମରିଯାଆନ୍ତି, ତେବେ ନିଜ ଘରର ଜଣେ ସଦସ୍ୟଙ୍କୁ ହରାଇବା ଭଳି ସେମାନେ ସମ୍ପୂର୍ଣ ଭାଙ୍ଗି ପଡନ୍ତି | କିନ୍ତୁ ନିଜ ପୋଷା କୁକୁର ପାଇଁ କେହି କେବେ ମନ୍ଦିର ନିର୍ମାଣ କରିବା କଥା କେବେ ଶୁଣିଛନ୍ତି କି ? ଆଜ୍ଞା ହଁ | କୁକୁର ପାଇଁ ମନ୍ଦିର |
ତାମିଲନାଡୁର ଜଣେ ୮୨ ବର୍ଷ ବୟସ୍କ ବ୍ୟକ୍ତି ତାଙ୍କ ପୋଷା କୁକୁରର ସ୍ମୃତିରେ ଏକ ମନ୍ଦିର ନିର୍ମାଣ କରିଛନ୍ତି | ତାମିଲନାଡୁର ଶିବଗଙ୍ଗାରେ ରୁହନ୍ତି ୮୨ ବର୍ଷୀୟ ବୃଦ୍ଧ ମୁଥୁ | ଗତ ୧୧ ବର୍ଷ ଧରି ସେ ତାଙ୍କ ପୋଷା କୁକୁର ଟମ ସହ ରହୁଥିଲେ | ଗତ ବର୍ଷ ଅସୁସ୍ଥତା ହେତୁ ଟମର ମୃତ୍ୟୁ ହୋଇଥିଲା। ତେବେ ଟମର ମୃତ୍ୟୁ ପରେ ବୃଦ୍ଧ ମୁଥୁ ସମ୍ପୂର୍ଣ ଭାଙ୍ଗି ପଡ଼ିଥିଲେ | ଟମର ସ୍ମୃତିରେ ତାଙ୍କ ଘର ପାଖରେ ସେ ଏକ ମନ୍ଦିର ନିର୍ମାଣ କରିଛନ୍ତି | ମନ୍ଦିରରେ କୁକୁରର ପ୍ରତିମୁର୍ତି ନିର୍ମାଣ କରି ପ୍ରତିଦିନ ତାକୁ ଫୁଲମାଳ ପିନ୍ଧାଇ, ନଡ଼ିଆ କଦଳୀ ଭୋଗ ଲଗାଇ ପୂଜା କରୁଛନ୍ତି | ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ଦେଖି ଲୋକେ କୁକୁର ମାଲିକଙ୍କୁ ପ୍ରଶଂସା ନକରି ରହିପାରୁନାହାନ୍ତି |