ମା କୁ ସମ୍ମାନ ଗାଁ କୁ ରାସ୍ତା ର ବିକାଶ କଥା କହି ଡିଣ୍ଡିମ ପିଟୁ ଥିବା ୨୧ ବର୍ଷ ର ସରକାର ଏହି ରାସ୍ତାକୁ ଦେଖିଲେ କେତେ ବିକାଶ ହୋଇଛି ଜାଣିପାରିବେ। ଏମିତି ଏକ ରାସ୍ତା ଦେଖିବା ପାଇଁ ମିଳିଛି ଜଳେଶ୍ଵର ବ୍ଲକ୍ ଖୁଆଡ୍ ପଞ୍ଚାୟତ ର ମହୁଡ଼ୁମା ଗ୍ରାମରେ। ଏହି ରାସ୍ତା ଦେଇ ପ୍ରତ୍ୟେକ ଦିନ ୨୦୦୦ ରୁ ୩୦୦୦ ଲୋକ ଯିବା ଆସିବା କରିଥାନ୍ତି। ଏହି ରାସ୍ତା ଓଡିଶା ରୁ ପଶ୍ଚିମ ବଙ୍ଗ କୁ ଛୁଁଇଛି। କିନ୍ତୁ ଅସରାୟ ବର୍ଷା ହେଲେ ଏହି ରାସ୍ତା ଯିବା ଆସିବା କଷ୍ଟ ସାଧ୍ୟ ହୋଇ ପଡ଼ୁଛି। ଏମିତି କି କାହାର ଦେହ ଖରାପ ହେଲେ ଆମ୍ବୁଲାନ୍ସ ତ ଦୂରର କଥା ଚାଲି ଚାଲି ମଧ୍ୟ ଯାଇ ପାରୁନାହାନ୍ତି। ଫଳରେ ଲୋକ ରୋଗୀକୁ ଖଟରେ ବୁହିବା ପାଇଁ ବାଧ୍ୟ ହେଉଛନ୍ତି । ଗ୍ରାମବାସୀ ଙ୍କ କହିବା ଅନୁଯାୟୀ ସରପଞ୍ଚ ଙ୍କ ପାଖରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳିପାରୁ ନାହିଁ । ସେପଟେ ସରପଞ୍ଚ ଗ୍ରାମବାସୀ ମାନଙ୍କ ମନ ରଖିବା ପାଇଁ ରାତିଅଧିଆ ରାସ୍ତାରେ ମୋରମ ପକାଇଛନ୍ତି। ତେଣୁ ଅନେକ ଦିନ ଧରି ହଇରାଣ ହରକତ ହେବାପରେ ଶେଷରେ ଗ୍ରାମବାସୀ ମାନେ ତଳିରୁଆ କରି ନିଆରା ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି। ତେଣୁ ତୁରନ୍ତ ରାସ୍ତାକାମ ହୋଇ ପାରିଲେ ଉଭୟ ଓଡିଶା ଏବଂ ପଶ୍ଚିମ ବଙ୍ଗ ଲୋକେ ଉପକୃତ ହେବେବୋଲି ଆଶା କରାଯାଉଛି ।
#NNSODIA