ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ କରୋନା । ଏନେଇ ଟ୍ୱିଟ କରି ନିଜେ ସୂଚନା ଦେଇଛନ୍ତି ମନ୍ତ୍ରୀ । ଲକ୍ଷଣବିହୀନ କୋଭିଡ ଆକ୍ରାନ୍ତ ହୋଇଥିବା ନେଇ ସେ ଜଣାଇଛନ୍ତି । ଏବେ ସେ ହୋମ୍ ଆଇସୋଲେସନରେ ଅଛନ୍ତି । ଗତ ୩ଦିନ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକ ନିଜକୁ ଆଇସୋଲେଟ୍ କରନ୍ତୁ ଏବଂ କୋଭିଡ ଟେଷ୍ଟ କରାଇନିଅନ୍ତୁ ବୋଲି ଟ୍ୱିଟ କରି ଜଣାଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ରାଜ୍ୟରେ ଏବେ କରୋନା ସାଂଘାତିକ ରୂପ ନେଉଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୦ ଜଣ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନରେ ଆକ୍ରାନ୍ତ ଅଛନ୍ତି । ସେହିଭଳି ଦିନକ ମଧ୍ୟରେ ୨୭୦୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍ରୁ ୧୫୭୯ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ ରହିଛି ୧୧୨୪ । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୪୦୯ ଜଣ ରହିଛନ୍ତି।