ରାଜ୍ୟର ପ୍ରଥମ ଓମିକ୍ରନ୍ ଆକ୍ରାନ୍ତ ସୁସ୍ଥ ହୋଇ ମେଡିକାଲରୁ ଘରକୁ ଫେରିଛନ୍ତି । ଗତ ୧୭ ତାରିଖରେ ସେ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ୧୦ ଦିନର ଚିକିତ୍ସା ପରେ ସେ ମେଡିକାଲରୁ ଡିସିଚାର୍ଜ ହୋଇଛନ୍ତି । ତାଙ୍କର ୨୪ ଘଣ୍ଟାରେ ଦୁଇ ଥର ଟେଷ୍ଟିଂ ରିପୋର୍ଟ ନେଗେଟିଭ ଆସିଥିଲା । ତେବେ ଡାକ୍ତର ତାଙ୍କୁ ୭ ଦିନ ହୋମ୍ ଆଇସୋଲେସନରେ ରହିବାକୁ ପରାମର୍ଶ ଦେଇଛନ୍ତି ।
ସୁସ୍ଥ ହୋଇଥିବା ନାଇଜେରିଆ ଫେରନ୍ତା ଓମିକ୍ରନ ଆକ୍ରାନ୍ତ ଜଣକ ଜଗତସିଂହପୁର ଜିଲ୍ଲାର। କଟକର ଏକ ହୋଟେଲରୁ ତାଙ୍କୁ ଘରୋଇ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ଏବଂ ଘରୋଇ ହସ୍ପିଟାଲରେ ଓମିକ୍ରନର ମୁକାବିଲା ସଫଳତାର ସହ କରାଯାଇଛି ବୋଲି ଡାକ୍ତର ସୂଚନା ଦେଇଛନ୍ତି।
ଅନ୍ୟପକ୍ଷରେ ବିଦେଶ ଫେରନ୍ତାଙ୍କ ମଧ୍ୟରୁ ୧୮ ଜଣଙ୍କ କୋଭିଡ ରିପୋର୍ଟ ପଜିଟିଭ ଆସିଥିଲା । ୮ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ବାକି ୧୦ ଜଣଙ୍କ ଓମିକ୍ରନ ରିପୋର୍ଟ ନେଗେଟିଭ ଆସିଛି ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର । ସେ ଆହୁରି କହିଛନ୍ତି, ‘ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ସ୍ଥିତି ଭଲ ଅଛି । ନାଇଟ କର୍ଫ୍ୟୁ କି ଲକଡାଉନ ଭଳି କଟକଣାର ଏବେ କିଛି ଆବଶ୍ୟକତା ନାହିଁ ।