ବାମପନ୍ଥୀ ଦଳ ଙ୍କ ଓଡିଶା ବନ୍ଦକୁ ସମର୍ଥନ କରିବା ପାଇଁ ଘୋଷଣା କଲା ଜଟଣୀ ସିଆଇଟିୟୁ ଏବଂ ଅଲ୍ ଓଡିଶା ଟ୍ୟାଙ୍କଲରି ଟ୍ରାନ୍ସପୋର୍ଟ ୱାର୍କସ ୟୁନିଅନ୍ । ଜଟଣୀ : କରୋନା ମହାମାରୀ ସମୟରେ ଅନେକ ଲୋକ ନିଜର ଜୀବିକା ହରାଇଥିବା ବେଳେ ଠିକ୍ ଏହି ସମୟରେ ସମଗ୍ର ଦେଶରେ ପେଟ୍ରୋଲ୍, ଡିଜେଲ ଓ ଗ୍ୟାସ୍ ଭଳି ଅନ୍ୟାନ୍ୟ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଅହେତୁକ ଦର ବୃଦ୍ଧି ହେବାରେ ଲାଗିଛି । ଯାହା ଏବେ ସାଧାରଣ ଜନତାଙ୍କର ଚିନ୍ତାର ବିଷୟ ପାଲଟି ଯାଇଛି l ଯାହାକି ବୋଝ ଉପରେ ନଳିତା ବିଡା ସଦୃଶ। ତେବେ ଏହାକୁ ନେଇ ଚଳିତ ମାସ ୧୫ ତାରିଖରେ ସମଗ୍ର ଓଡ଼ିଶାରେ ଛଅ ଘଣ୍ଟିଆ ବନ୍ଦ ପାଳନ ପାଇଁ ଭାରତୀୟ ଜାତୀୟ କଂଗ୍ରେସ, ସିପିଆଇ (ଏମ୍), ସିପିଆଇ, ସିପିଆଇ (ଏମଏଲ) ଭଳି ଦଳମାନଙ୍କ ପକ୍ଷରୁ ମିଳିତ ଭାବେ ଆନ୍ଦୋଳନ ଡାକରା ଦିଆଯାଇଛି l ଏହି ପରିପ୍ରେକ୍ଷୀରେ ଜଟଣୀ ସ୍ଥିତ ଅଲ୍ ଓଡିଶା ଟ୍ୟାଙ୍କ୍ ଲରୀ ଟ୍ରାନ୍ସପୋର୍ଟ ୱର୍କସ ୟୁନିଅନ ଏବଂ ସିଟୁ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କରୋନା ମହାମାରୀ ସମୟରେ ସରକାର ଙ୍କ ଦରବୃଦ୍ଧି କାର୍ଯ୍ୟ କୁ ବିରୋଧ କରିଛନ୍ତି l ଏହି ମହାମାରୀ ସମୟରେ ଡ୍ରାଇଭର, ହେଲପର୍ ମାନେ ନିଜ ଜୀବନକୁ ବାଜିରେ ଲଗାଇ ଅକ୍ସିଜେନ ସେବା ଠାରୁ ଆରମ୍ଭ କରି ଆମ୍ବୁଲାନ୍ସ ଓ ବିଭିନ୍ନ ପରିବହନ କ୍ଷେତ୍ରରେ କାର୍ଯ୍ୟ କରିଚାଲିଛନ୍ତି କିନ୍ତୁ ଆଜି ପର୍ଯ୍ୟନ୍ତ ଏମାନଙ୍କୁ କରୋନା ଯୋଦ୍ଧାର ଆଖ୍ୟା ଦିଆଗଲା ନାହିଁ । ଯାହାକୁ ନେଇ ସମସ୍ତଙ୍କ ମନରେ ଉଦବେଗ ପ୍ରକାଶ ପାଇବା ସହ ବାମପନ୍ଥୀ ଦଳ ମାନଙ୍କ ବନ୍ଦ୍ ଡାକରାକୁ ସମର୍ଥନ ଦେଇ ଆଇଓସିଏଲ୍ ଡିପୋଟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯିବ । ସକାଳ ୬ ଟାରୁ ଦିନ ୧୨ଘଟିକା ପର୍ଯ୍ୟନ୍ତ ଦୋକାନ ବଜାର ବନ୍ଦ ରହିବ । ଏହି ବନ୍ଦ୍ କୁ ସମର୍ଥନ ଦେବା ପାଇଁ ବରିଷ୍ଠ ସିପିଆଇ ନେତା ତଥା ଟ୍ରାନ୍ସପୋର୍ଟ ସଂଘର ସଭାପତି ଜନାର୍ଦ୍ଦନ ପତି ନିବେଦନ କରିବା ସହ ଡିଜେଲ, ପେଟ୍ରୋଲ ଉପରୁ ଟିକସ ପ୍ରତ୍ୟାହାର ସହ ଏହାକୁ ଜିଏସ୍ଟି ଅନ୍ତର୍ଭୁକ୍ତ କରିବା ଏବଂ ପେଟ୍ରୋଲ, ଡିଜେଲ କ୍ଷେତ୍ରରେ କାମ କରୁଥିବା ଶ୍ରମିକମାନଙ୍କୁ କରୋନା ଯୋଦ୍ଧା ଭାବରେ ଘୋଷଣା କରିବା ପାଇଁ ଦାବି ରଖିଛନ୍ତି I
#NNSODIA #INC #CONGRESS #CPI #CPIM #CPIML #CITU